ନୂଆଦିଲ୍ଲୀ : MCI ଦ୍ୱାରା ଏକ ସରକୁଲାର ଜାରି କରାଯାଇଛି, ସେଥିରେ ଦର୍ଶାଯାଇଛି ଯେ ପାକିସ୍ତାନ ଅଧିକୃତ ଜାମୁ କାଶ୍ମୀର ଓ ଲଦାଖରେ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତି ମାନେ ଓ ଛାତ୍ରମାନେ ଭାରତରେ ମେଡିକାଲ ପ୍ରାଟୀସ କରି ପାରିବେ ନାହିଁ l MCI ଏହାକୁ ନେଇ ରୋକ ଲାଗିଛି l MCI ଦ୍ୱାରା ଜାରି ହୋଇଥିବା ପବ୍ଲିକ ନୋଟିସରେ କୁହ ଯାଇଛି ଯେ ଜାମୁ କାଶ୍ମୀର ଓ ଲଦାଖର ପୁରା କେନ୍ଦ୍ର ଶାସିତ ଅଂଚଳ ଭାରତର ଅଭିନ୍ନ ଅଙ୍ଗ ଅଟେ l
ଏହି ଅଙ୍ଗର କିଛି ଭାଗରେ ପାକିସ୍ତାନ ଅବୈଧ ଭାବରେ କବ୍ଜା କରିଛି l ତେଣୁ ପାକିସ୍ତାନ ଅଧିକୃତ ଜାମୁ କାଶ୍ମୀର ଓ ଲଦାଖର ଯେ କୌଣସି ମେଡିକାଲ ଇନ୍ଷ୍ଟିଚ୍ୟୁଟକୁ IMC ଆକ୍ଟ ୧୯୫୬ ଅନୁସାରେ ଅନୁମତି ନେବାକୁ ପଡିବ l POK ଓ ଲଦାଖରେ କୌଣସି ମେଡିକାଲ କଲେଜକୁ ଏହି ଅନୁମତି ଦିଆଯାଇନାହିଁ l କେନ୍ଦ୍ରୀୟମନ୍ତ୍ରୀ ଡ଼ ଜିତେନ୍ଦ୍ର ସିଂ ମଧ୍ୟ ଏହି ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି l
MCI ପବ୍ଲିକ ନୋଟିସରେ ଲେଖିଛି ଯେ ,ଅବୈଧ ଅଧିକାର ସାବ୍ୟସ୍ତ କରିଥିବା ଇଲାକାରେ ମେଡିକାଲ କଲେଜରୁ ପ୍ରାପ୍ତ କରିଥିବା ଡିଗ୍ରୀରେ କୌଣସି ମାନ୍ୟତା ନାହିଁ ଓ ଏହି ପରି ବ୍ୟକ୍ତିଙ୍କୁ ଭାରତରେ ରେଜିଷ୍ଟ୍ରେସନର ଅନୁମତି ଦିଅ ଯିବା ନାହିଁ l MCI କହିଛି ଯେ POK ଓ ଲଦାଖ କ୍ଷେତ୍ରରୁ କୌଣସି ବି ମେଡିକାଲ ଇନ୍ଷ୍ଟିଚ୍ୟୁଟକୁ ଭାରତୀୟ ଚିକିତ୍ସା ପରିଷଦ ଅଧି ନିୟମ ୧୯୫୬ ଅନୁସାରେ ଅନୁମତି ଓ ମାନ୍ୟତାର ଆବଶ୍ୟକତା ରହିଛି l