ଦୋବଲ : ଧାମନଗର ଥାନା କରଦା ପଞ୍ଚାୟତ ମୁହାଁଣପଡା ଗ୍ରାମର ମକୁନ୍ଦ ସାହୁଙ୍କ ପତ୍ନୀ ଭାରତୀ ସାହୁ(୬୦) ଏକ ବିଷଧର ସାପ କାମୁଡାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଭାରତୀ ଘୋରୋଇ କାମ କରୁ ଥିବାବେଳେ ଏକ ବିଷଧର ସାପ ତାଙ୍କ ଗୋଡକୁ କାମୁଡି ଦେଇଥିଲା। ପରିବାର ଲୋକ ତାଙ୍କୁ ତୁରନ୍ତ ଯାଜପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସମ୍ପୃକ୍ତ ଗ୍ରାମରେ ଶୋକର ଛାୟା ଯାଇଛି।
