ଦୀପାବଳୀ ର ପୂର୍ବ ଦିନକୁ ନରକ ଚତୁର୍ଦଶୀ ଭାବରେ ପାଳନ କରାଯାଇ ଥାଏ, ଏହିଦିନ କୃଷ୍ଣ ଭଗବାନ ଓ ଯମରାଜ ଙ୍କୁ ପୂଜା କରାଯାଇଥାଏ l ନରକ ଚତୁର୍ଦଶୀ ରେ ଯେଉଁ ବ୍ୟକ୍ତିମାନେ ଯମ ଙ୍କୁ ଦୀପ ଦେଇ ଥାଆନ୍ତି ସେମାନେ କଦାପି ଯମପୁର ଦର୍ଶନ କରନ୍ତି ନାହିଁ l ଏବଂ ଅକାଳ ମୃତ୍ୟୁ ପ୍ରାପ୍ତ ହୋଇନଥାଏ l ଏହାଛଡା ଏହିଦିନ ଅଭ୍ୟାଙ୍ଗ ସ୍ନାନ କରୁଥିବା ଲୋକଙ୍କୁ ନର୍କ ଯିବାକୁ ପଡି ନଥାଏ l
ଚଳିତ ବର୍ଷ ନରକ ଚତୁର୍ଦଶୀ ଅକ୍ଟୋବର ୩୦ ତାରିଖ ଦ୍ବିପ୍ରହର ୧.୧୫ ରେ ଆରମ୍ଭ ହେବ, ଓ ଏହା ପରଦିନ ୩୧ ଅକ୍ଟୋବର ଦିନ ୩.୫୨ ମିନିଟ ରେ ସମାପ୍ତ ହେବ l ନରକ ଚତୁର୍ଦଶୀ କୁ ଯମ ଦୀପକ ପ୍ରଦୋଷ କାଳ ରେ ଜଳାଇଥାଉ l ଚଳିତ ବର୍ଷ ନରକ ଚତୁର୍ଦଶୀ ଅକ୍ଟୋବର ୩୦ ତାରିଖରେ ପାଳିତ ହେବ l ଏହିଦନଇ ଯମ ଦୀପ ସନ୍ଧ୍ୟା ୫ଟା ୩୦ମିନିଟ ରୁ ୭ଟା ୩୦ ମିନିଟ ମଧ୍ୟରେ ଅର୍ପଣ କରାଯିବ l
ଏହିଦିନ କରନ୍ତୁ ଏହିସବୁ କାର୍ଯ୍ୟ –
– ଏହିଦିନ ମୃତ୍ୟୁର ଦେବତା ଯମ ରାଜ ଓ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚନା କରାଯାଇ ଥାଏ l
– ନରକ ଚତୁର୍ଦଶୀ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବା ଆବଶ୍ୟକ, ଏବଂ ଏହାପରେ ଭଗବାନ ଶ୍ରୀକୃଷ୍ନ ଙ୍କୁ ପୂଜା କରିବା ଜରୁରୀ l
– ନର୍କ ଚତୁର୍ଦଶୀ ରେ ଘରର ଦକ୍ଷିଣ ଦିଗକୁ ସଫା ରଖି ଦୀପ ଅର୍ପଣ କରନ୍ତୁ l
ନର୍କ ଚତୁର୍ଦଶୀ ର ଶ୍ରୀକୃଷ୍ଣ ଙ୍କ ସହିତ କଣ ରହିଛି ସମ୍ବନ୍ଧ –
ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁର କୁ ବଧ କରିଥିଲେ ଏବଂ ନିଜର ୧୬ ହଜାର ଗୋପୀ ଙ୍କୁ ତା ନିକଟରୁ ମୁକ୍ତ କରିଥିଲେ l
