Odisha news

ଚଳିତ ବର୍ଷ ଧନତେରାସ ଘଟୁଛି ଶୁଭ ସଂଯୋଗ , ରାଶି ଅନୁସାରେ ଘରକୁ ଆଣନ୍ତୁ ଏହିସବୁ ବସ୍ତୁ

0

ଚଳିତ ବର୍ଷ ଧନତେରାସ ଆଣୁଚି ଶୁଭ ସଂଯୋଗ, ଏବଂ ଧନତେରସ ଠାରୁ ଦୀପାବଳି ପର୍ବ ଆରମ୍ଭ ହୋଇଥାଏ l ଧନତେରସ ରେ ଭଗବାନ ଧନ୍ଵନ୍ତରୀ ଓ ଯମରାଜ ଙ୍କୁ ବିଶେଷ ଭାବରେ ପୂଜା କରାଯାଇ ଥାଏ l ଏହିଦିନ ଯମ ରାଜ, କୁବେର,ଧନ୍ଵନ୍ତରୀ ଙ୍କୁ ମିଳିତ ଭାବରେ ପୂଜା କରାଯାଇ ଥାଏ l ଏହିଦିନ ଅଧିକାଂଶ ଲୋକ ସୁନା ରୁପା ଓ ଅନ୍ୟ କୌଣସି ଧାତୁର ଜିନିଷ କିଣି ଥାଆନ୍ତି l ତେବେ ଆସନ୍ତୁ ଜାଣିବା ଧନତେରସ ରେ ରାଶି ଅନୁସାରେ କିଏ କଣ କିଣିବା ଆବଶ୍ୟକ l ଯାହାକି ଜୀବନରେ ସମୃଦ୍ଧିର ଆଗମନ ହୋଇଥାଏ l ଚଳିତ ଥର ଧନତେରାସ ଅକ୍ଟୋବର ୩୦ ତାରିଖରେ ଅନୁଷ୍ଠିତ ହେବ l

* ମେଷ ରାଶି – ଏହି ରାଶିର ବ୍ୟକ୍ତି ଧନତେରସ ରେ ବିଶେଷ ଭାବରେ ଠାକୁରଙ୍କ ପିତଳ ଦୀପ କିଣିବା ଖୁବ ଶୁଭ ଅଟେ l ଏହି ଦୀପକୁ ସର୍ବ ପ୍ରଥମେ ଭଗବାନ ବିଷ୍ଣୁଙ୍କ ନିକଟରେ ଜଳାଇ ନିଜ ପରିବାରର ସୁଖ ଶାନ୍ତି କାମନା କରିବା ଆବଶ୍ୟକ l

* ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ଧନତେରସ ଦିନ ଇଲେକ୍ଟ୍ରୋନିକ୍ସ ଜିନିଷ କିଣି ଘରକୁ ଆଣିବା ଉଚିତ l କାରଣ ଏହା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ l

* ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତିମାନେ ଯଦି ନିଜର ସମ୍ବଳ ଅନୁସାରେ ଭୂମି କିଣି ପାରିବେ ଖୁବ ଶୁଭ ଅଟେ ନଚେତ ନିଜ ସାମର୍ଥ୍ୟ ଅନୁସାରେ କିଛିଟା ନୂଆ ବାସନ କିଣି ଘରକୁ ଆଣନ୍ତୁ l

* କର୍କଟ ରାଶି – କର୍କଟ ରାଶିର ବ୍ୟକ୍ତି ଏହିଦିନ ଘରକୁ ଧାନ କିଣି ଅଣାନ୍ତୁ ଓ ଏହି ଧାନକୁ ମାତା ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରଂତୁ ,ବର୍ଷ ସାରା ଖାଦ୍ୟର ଅଭାବ ରହିବ ନାହିଁ l

* ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ଏହିଦିନ ଗାଈ ର ସେବା କରନ୍ତୁ ଓ ଗୋ ମାତ୍ର ଆଶୀର୍ବାଦ ପ୍ରାପ୍ତି କରନ୍ତୁ ,ଜୀବନରେ ଉନ୍ନତି କରିବା ସହ ପାରିବାରିକ ଜୀବନ ସୁଖମୟ ହେବ l

* କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତି କିଛିଟା ବସ୍ତ୍ର କିଣି ଗରିବଙ୍କୁ ଦାନ କରିବା ଉଚିତ l ଯେଉଁ କାରଣରୁ ଈଶ୍ୱରଙ୍କ କୃପା ଲାଭ କରିବେ l

* ତୁଳା ରାଶି – ତୁଳା ରାଶିର ବ୍ୟକ୍ତି ପଦ୍ମ ଫୁଲ କିଣି ଲକ୍ଷ୍ମୀ ମନ୍ଦିରରେ ଅର୍ପଣ କରନ୍ତୁ l ପାରିବାରିକ କଳହ ଦୂର ହେବ ଓ ଘରର ନକରତ୍ମକ ଶକ୍ତି ଦୂର ହେବ l

* ବିଛା ରାଶି – ବିଛା ରାଶିର ବ୍ୟକ୍ତିମାନେ ଏହି ଦିନ ତମ୍ବା ପାତ୍ର କିଣି ଘରକୁ ଆଣନ୍ତୁ ଓ ସେହି ତମ୍ବା ପାତ୍ରରେ ଲକ୍ଷ୍ମୀଙ୍କୁ ଦୁଗ୍ଧ ଅର୍ପଣ କରନ୍ତୁ l

* ଧନୁ ରାଶି – ଏହି ଦିନଟି ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ , ତେଣୁ ହନୁମାନଙ୍କୁ ନୂତନ ବସ୍ତ୍ର ଅର୍ପଣ କରନ୍ତୁ ଜୀବନର ସଙ୍କଟ ଦୂର ହେବ l

* ମକର ରାଶି – ମକର ରାଶିର ବ୍ୟକ୍ତି ମାନେ ଏହିଦିନ ଘରକୁ କୌଣସି କାଠ ତିଆରି ଜିନିଷ ଆଣନ୍ତୁ ଓ ତାହାକୁ ଗଣେଶଙ୍କ ସିନ୍ଦୁର ଲଗାନ୍ତୁ ଜୀବନରୁ ଦୁର୍ଦଶା ଦୂର ହେବ l

* କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତିମାନେ ଏହିଦିନ ନୂତନ ବାହାନ ଚାହିଁଲେ ଆଣି ପାରିବେ l ଏହାକୁ ହନୁମାନଙ୍କ ନିକଟରେ ପୂଜା କରି ପାରିବେ l

* ମୀନ ରାଶି – ମୀନ ରାଶିର ବ୍ୟକ୍ତି ଏହିଦିନ ଯଦି ଚାହିଁବେ ସ୍ଵର୍ଣ ଆଭୂଷଣ କିଣି ପାରିବେ ଓ ତା ସହିତ ଘରକୁ ଝାଡୁ ଟିଏ ଆଣିବା ମଧ୍ୟ ଶୁଭ ଅଟେ l

Leave A Reply