Odisha news

ନରକ ଚତୁର୍ଦଶୀ ରେ କରନ୍ତୁ ଏହି ଉପାୟ, ଦୂର ହେବ ଆର୍ଥିକ ଅନାଟନ ଓ ବଢିବ ଆୟୁ

0
ନରକ ଚତୁର୍ଦଶୀ ଦୀପାବଳୀ ପୂର୍ବଦିନ କୁ କୁହାଯାଇ ଥାଏ l ଚଳିତ ବର୍ଷ ଦୀପାବଳୀ ଅମାବାସ୍ୟା ଦିନ ସୂର୍ଯ୍ୟପରାଗ ସମଗ୍ର ଭାରତ ବର୍ଷକୁ ଦୃଶ୍ୟ ହେବ l ତେଣୁ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସୂର୍ଯ୍ୟପରାଗ ର ୧୨ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକ ତ୍ୟାଗ ନିଷେଧ ଅଟେ l କିନ୍ତୁ ତାର ପୂର୍ବ ଦିନ ନରକ ଚତୁର୍ଦଶୀ ଅକ୍ଟୋବର ୨୪ ତାରିଖରେ ପଡୁଥିବା କାରଣରୁ ଏହିଦିନ ବିଶେଷ ପୂଜା ପାଠ କରିବା ଆବଶ୍ୟକ l ନର୍କ ର ଅର୍ଥ ହେଉଛି ଗୋଟିଏ ଖରାପ ସ୍ଥାନ, ଯାହାକୁ ଦୂର କରିବା ଏହି ପର୍ବ ର ଲକ୍ଷ l
– ନରକ ଚତୁର୍ଦଶୀ ଦିନ ଈଶ୍ୱରଙ୍କୁ ପ୍ରାଥନା କରିବା ନିହାତି ଜରୁରୀ l ଏହିଦିନ ମାତା ଲକ୍ଷ୍ମୀ ତେଲ ରେ ନିବାସ କରି ଥାଆନ୍ତି l ଏହିଦିନ ଶରୀରରେ ତେଲ ଲଗାଇବା ଦ୍ୱାରା ଆର୍ଥିକ ଭାବରେ ସମ୍ପନ୍ନତା ଆସିଥାଏ l ଯେଉଁ ଲୋକମାନେ ଆର୍ଥିକ ଅସୁବିଧାରେ ରହିଛନ୍ତି ଏହିଦିନ ନିହାତି ତେଲ ଲଗାଇବା ଜରୁରୀ l
– ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏହିଦିନ ରାମ ଭକ୍ତ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ଜୀବନ ରୁ ଶୋକ, ଭୟ, ରୋଗ , ପାପ କ୍ଷୟ ହୋଇଥାଏ । କାରଣ ଗୋସ୍ୱାମୀ ତୁଳସୀ ଦାସ କହିଥିଲେ ଯେ ଯେ କେହି ବ୍ୟକ୍ତି ଏହିଦିନ ହନୁମାନ ଚାଳିଶା ପାଠ କରିବ ତା ଜୀବନ ରୁ ବିପଦ ଦୂରେଇ ଯିବ ।
– ସନ୍ତାନ ମାନଙ୍କ ଆୟୁ ଓ ଯଶ ବୃଦ୍ଧି ପାଇଁ ଓ ମୃତ୍ୟୁର ଦେବତା ଯମ ରାଜା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନରକ ଚତୁର୍ଦ୍ଦଶୀ ଦିନ ଘରର ଦକ୍ଷିଣ ଦିଗରେ ଯମ ଙ୍କୁ ପ୍ରଣାମ କରି ଚତୁର୍ମୁଖୀ ଦୀପ ଜଳା ଯାଇଥାଏ । ଏହାଦ୍ବାରା ଅକାଳ ମୃତ୍ୟୁ ଭୟ ମଧ୍ୟ ଦୂରେଇ ଯାଇଥାଏ
– ମାନ୍ୟତା ଅନୁସାରେ ନରକ ଚତୁର୍ଦ୍ଦଶୀ ଦିନ ଭଗବାନ୍ ଶ୍ରୀକୃଷ୍ଣ ନରକା ଅଶୁର କୁ ବଦ୍ଧ କରିଥିଲେ । ତେଣୁ ଏହି ଦିନ ବିଷ୍ଣୁ ସହସ୍ର ନାମ ପାଠ କରିବାର ବିଶେଷ ମହତ୍ତ୍ଵ ରହିଛି ।
Nalco
Leave A Reply