ଗୋଟିଏ ସୁନ୍ଦର ଜୀବନ ପାଇଁ ସୁସ୍ଥ ମସ୍ତିଷ୍କର ଖୁବ ଆବଶ୍ୟକତା ରହିଛି l ଯଦି ଆପଣ ସମୟ ଥାଉ ଥାଉ ମସ୍ତିଷ୍କକୁ ସୁସ୍ଥ ରଖିବେ ତେବେ ଆପଣ ଉଭୟ ଯୌବନ ଓ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ସୁସ୍ଥ ରହିବେ l କାହିଁକି ନା ବ୍ରେନ ଲଗାତାର କାମ କରିଥାଏ l ଆମର ଶୋଇବା ଓ ନ ଶୋଇବା ସମୟରେ , ତେଣୁ ଜୀବନ କୁ ସୁସ୍ଥ ସୁନ୍ଦର ଭାବରେ ନିହାତି ବଂଚିବା ଜରୁରୀ ଅଟେ l ଆମେ ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ୱାରା ମସ୍ତିଷ୍କ ଉପରେ ଅତିରିକ୍ତ ପ୍ରଭାବ ପଡିବ l ନଚେତ ଏଙ୍ଗଯାଇଟି ଓ ଡିପ୍ରେସନ ଭଳି ରୋଗ ଆମ ମସ୍ତିସ୍କ କୁ ଘେରି ନେଇଥାଏ l
ଆସନ୍ତୁ ଆଜି ଜାଣିବା ବ୍ରେନ କୁ ହେଲଦି ରଖିବାର କିଛିଟା ବିଶେଷ ଉପାୟ –
– ବ୍ରେନ କୁ ସୁସ୍ଥ ରଖିବାର ପ୍ରଥମ ଉପାୟ ହେଲା ମେଡ଼ିଟେସନ ନିୟମିତ କରିବା l ଧ୍ୟାନ କେନ୍ଦ୍ରିତ କରିବା ବ୍ରେନ କୁ ସମସ୍ତ ଦୃଷ୍ଟିରୁ ସୁସ୍ଥ ରଖିଥାଏ l ମସ୍ତିସ୍କ କୁ ସୁସ୍ଥ ରଖି ତାର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ l ବ୍ରେନ କୁ ଶାନ୍ତ ରଖି ଆକ୍ଟିଭ ରଖିଥାଏ l ମସ୍ତିଷ୍କର ସ୍ମରଣ ଶକ୍ତି ବଢ଼ାଇ ଥାଏ ଓ ଡିସିସନ ମେକିଙ୍ଗ ପାୱାର କୁ ଉନ୍ନତ କରିଥାଏ l
– ପ୍ରତିଦିନ ନିର୍ଦ୍ଧିଷ୍ଟ ସମୟରେ ୱାକ କରିବା ଦ୍ୱାରା ବ୍ରେନ ସୁସ୍ଥ ରହିଥାଏ l ଯେତେବେଳେ ଆମେ ଚାଲିଥାଉ ସେତେବେଳେ ଆମ ଶରୀରର ୮୦ ପ୍ରତିଶତ ମସଲସ ଏକ୍ସରସାଇଜ କରିଥାଏ l ଏହି ସମୟରେ ଆମ ମସ୍ତିଷ୍କରେ ରକ୍ତ ସଂଚାଳନ ଓ ଅକ୍ସିଜେନ ପ୍ରବାହ ବୃଦ୍ଧି ପାଇଥାଏ l ଏହାଦ୍ୱାରା କୋଷିକା ଗୁଡିକ ବ୍ରେନ ସିଗ୍ନାଲ ପଠାଇବାରେ ଅଧିକ ସକ୍ରିୟ ହୁଅନ୍ତି l ଯାହାଦ୍ୱାରା ଆମେ ଯନ୍ତ୍ରଣା, ଦୁଃଖ ପୋଡିଯିବା, ହସ ସବୁକିଛି ଅନୁଭବ କରିଥାଉ l
– ଅନେକ ଲୋକ ନିଜର ଦକ୍ଷିଣ ହାତର ପ୍ରୟୋଗ କରି ସମସ୍ତ କାର୍ଯ୍ୟ କରି ଥାଆନ୍ତି l କିନ୍ତୁ କିଛି ଲୋକ ବାମ ହାତର ପ୍ରୟୋଗ ରେ ଅନେକ କାର୍ଯ୍ୟ କରନ୍ତି l ଯେଉଁ ଲୋକମାନଙ୍କର ବାମ ପାର୍ଶ୍ୱ ଅଧିକ ଆକ୍ଟିଭ ହୋଇଥାଏ ସେମାନେ ଖୁବ ବୁଦ୍ଧିଆ ହୋଇ ଥାଆନ୍ତି l
ମସ୍ତିଷ୍କ କୁ ସୁସ୍ଥ ରଖିବା ପାଇଁ ଖାଦ୍ୟ –
– ଅଁଳା
– ମଖାନା
– ଗ୍ରୀନ ଟି
– ଦୁଗ୍ଧ
– ଭିଟାମିନ ଡି ଯୁକ୍ତ ଖାଦ୍ୟ
– ଭିଟାମିନ ସି ଯୁକ୍ତ ଭୋଜନ
– ଆଇରନ ଯୁକ୍ତ ଖାଦ୍ୟ
– ଅଖରୋଟ
– ଅଳମଣ୍ଡ