ବର୍ତମାନ ବର୍ଷା ଋତୁ ଆରମ୍ଭ ହୋଇ ଯାଇଛି, ଏହି ଋତୁରେ ବିଶେଷ ଭାବରେ ବିଭିନ୍ନ ପେଟ ଜନିତ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l କାହିଁକିନା ବର୍ଷା ଋତୁରେ ଖାଦ୍ୟ ସହଜରେ ହଜମ ହୁଏ ନାହିଁ, ଏବଂ ମାଛି ଓ ହଇଜା ସମସ୍ୟା ଦେଖିବାକୁ ମିଳିଥାଏ l ତେଣୁ ବର୍ଷା ଋତୁରେ ସମସ୍ତେ ନିଜ ସ୍ୱାସ୍ଥ୍ୟ ର ନିହାତି ଧ୍ୟାନ ରଖିବା ଜରୁରୀ l ଏହି ସମୟରେ ଝାଡା ବାନ୍ତି, ପେଟ ଇନଫେକ୍ସନ, ଜ୍ୱର ସମସ୍ୟା ଦେଖିବାକୁ ମିଳେ l ସ୍କିନ ଇନଫେକ୍ସନ ମଧ୍ୟ ଦେଖିବାକୁ ମିଳିଥାଏ l
ତେଣୁ ଏହି ଋତୁରେ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଜରୁରୀ ହୋଇଥାଏ l ଆଜି ଆସନ୍ତୁ ଜାଣିବା ବର୍ଷା ଋତୁରେ ନିଜକୁ ନିରୋଗୀ ଓ ସୁସ୍ଥ ରଖିବାର କେତୋଟି ଟିପ୍ସ l
* ବର୍ଷା ଋତୁରେ ପାଚନ ସମସ୍ୟାରେ ସୁଧାର ପାଇଁ ଜରୁରୀ ଅଟେ ଆପଣ ଫୁଟା ଓ ଉଷୁମ ପାଣି ପିଇବା ଜରୁରୀ, ଯାହା ଖାଦ୍ୟ ହଜମ କରିବା ସହିତ ପେଟରେ ଇନଫେକ୍ସନ କରିନଥାଏ l
* ନୟମିତ ନିଜ ଖାଦ୍ୟରେ ଲବଙ୍ଗ, ଗୋଲମରିଚ, ଶୁଣ୍ଠୀ ଗୁଣ୍ଡ ବ୍ୟବହାର କରନ୍ତୁ, ଏହାଦ୍ୱାରା ଆପଣଙ୍କ ପାଚନ ରେ ସୁଧାର ଆସିବ ଏବଂ ପେଟ ସୁସ୍ଥ ରହିବ l
* ବର୍ଷା ଋତୁରେ ଚାରିଆଡେ ଛତୁ ଦେଖିବାକୁ ମିଳିଥାଏ, ଏବଂ ବିଭିନ୍ନ ପ୍ରକାର ଶାଗ ମଧ୍ୟ ବଜାରରେ ମିଳେ, କିନ୍ତୁ ଏହି ୨ଟି ଖାଦ୍ୟ ପେଟ ସମସ୍ୟା କୁ ବର୍ଷା ଦିନରେ ଟାଣି ଆଣିଥାଏ l କଦାପି ଏହାକୁ ଖାଇବା ଉଚିତ ନୁହେଁ ;l
* ବର୍ଷା ଋତୁରେ ନିୟମିତ ନିଜକୁ ମସାଜ କରିବା ଜରୁରୀ ଅଟେ, ନଚେତ ବାତ ଦୋଷ ବୃଦ୍ଧି ହୋଇଥାଏ ଏବଂ ବାତ ଦୋଷ ରୁ ଗୋଡ଼ ଗଣ୍ଠି, ହାତ ଗଣ୍ଠି ସମସ୍ୟା ଦେଖାଯାଏ l
* ବର୍ଷ ଦିନେ ବିଭିନ୍ନ ପୋକ ଓ ମଶା ମାଛି ଦେଖା ଯାଇ ଥାଆନ୍ତି, ତେଣୁ ନିୟମିତ ଘରେ ଲିମ୍ବ, ଗୁଗୁଳ ଓ ସୋରିଷ ର ଧୁଆଁ ଦେବା ଜରୁରୀ l ଏହାଦ୍ୱାରା ପୋକ, ମଶା , ମାଛି ଘରକୁ ପ୍ରବେଶ କରିବେ ନାହିଁ l