Odisha news

ଅଷ୍ଟମ ବାର୍ଷିକ ଶିବ ବିବାହୋତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଟିତ

0
ଢ଼େଙ୍କିକୋଟ ତା ୨୪.୫. ୨୩ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନରଣପୁର ଠାରେ ଥିବା ଶିବ ବିବାହୋତ୍ସବ କମିଟି ତରଫରୁ  ଅଷ୍ଟମବାର୍ଷିକ ଶିବ ବିବାହୋତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ଆଜି ଅନୁଷ୍ଟିତ ହେଇଯାଇଛି l ଆଜି ଏକ ମlହେନ୍ଦ୍ର ବେଳାରେ ବାବା କପିଳେଶ୍ବର ମହାଦେବ ମନ୍ଦିର ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବାବା ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟନ୍ତ ରେ ଶେଷ କାରାଯାଇଛି l ଆସନ୍ତାକାଲି ଏହାର ସମାପନ ହେବ l  ଏକ ବିରାଟ ପଟୁଆର ରେ ଶହ ଶହ ନରନାରୀ ମାନଂକ ଗହଣରେ ମହାଦେବ ଶିବ ଓ ମାତା ପାର୍ବତୀ କୁଂ  ବାବା  ରାମେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା l ହରିବୋଲ ହୁଳହୁଳୀ,କରତାଳି,ଘଣ୍ଟ ଘଣ୍ଟା ର ତାଳେତାଳେ ସମସ୍ତେ ମଜ୍ଜି ଯାଇଥିଲେ l ବର ର ମାତା ପିତା ଭାବେ ସୋର୍ନ୍ନଲତା ପାଢୀ ଓ ମନୋରଂଜନ ପାଢୀ ଦାଇତ୍ୱ ତୁଲାଇଥିଲେ l ସେହିପରି କନ୍ୟା ର ମାତା ପିତା ଭାବେ ରଞ୍ଜୁଲତା ମହାନ୍ତ ଓ ଦୁର୍ଯ୍ୟୋଧନ ମହାନ୍ତ ଦାଇତ୍ୱ ତୁଲାଇଥିଲେ l ବର କନ୍ୟା ର ଯେମିତି ବୈଦିକରିତିରେ ବିଭାଘର ହୋଇଥାଏ ଠିକ୍ ସେହିଭଳି ଶିବ ବିବାହୋତ୍ସବ ଅନୁଷ୍ଟିତ ହୋଇଥିଲା l ବର ପକ୍ଷ ଓ କନ୍ୟା ପକ୍ଷ ର ଲୋକମାନେ ନିମନ୍ତ୍ରିତ ହୋଇ ଯୋଗଦାନ କରିଥିଲେ l  ବ୍ରାହ୍ମଣ ମନ୍ତ୍ର. ହୋମୋ,ନିଆଁ, ରେ ବାହାଘର ହୋଇଥିଲା l ନିମନ୍ତ୍ରିତ ଲୋକ ମାନଂକ ପାଈଁ ଭୋଜନ ବ୍ୟବସ୍ତା ହୋଇଥିଲା l  ବର ବାବା କପିଳେଶ୍ବର ମନ୍ଦିର ରୁ ବାହାରି ବାବା ରାମେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ l ଏହି କାର୍ଯ୍ୟକ୍ରମ ଦେଖିବାକୁ ଶହଶହ ନରନାରୀ ଯୋଗ ଦେଇଥିଲେ l

Leave A Reply