Odisha news

ସ୍କୁଲ ଓ ବିଇଡି କଲେଜ ବନ୍ଦ ନିଷ୍ପତିକୁ ଡିଏସଓ ପକ୍ଷରୁ ପ୍ରତିବାଦ

0

ଧର୍ମଶାଳା ୨୩ ।୧୧  : ସରକାରୀ ସ୍କୁଲ ଓ ବିଇଡି କଲେଜ ରାଜ୍ୟ ସରକାରଙ୍କ ବନ୍ଦ ନିଷ୍ପତିକୁ ଧର୍ମଶାଳା ଡିଏସଓ ପକ୍ଷରୁ ବ୍ଲକ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଏକ ୪ ଦଫା ସମ୍ବଳିତ ଦାବି ପତ୍ର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି । ଆଜି ପୁର୍ବାହ୍ନ ୧୦ଟା ସମୟରେ ଡିଏସଓ ପକ୍ଷରୁ ରାଜ୍ୟ ସରକାରଙ୍କ ସ୍କୁଲ ଏକତ୍ରିକରଣ ନାମରେ ୧୪ହଜାର ୩୭୯ଟି ସ୍କୁଲ ବନ୍ଦ କରିବା ସହିତ ଭିତିଭୂମିର ଅଭାବ ଦର୍ଶାଇ ୧୪ଟି ସରକାରୀ ବିଇଡି କଲେଜ ବନ୍ଦ ନିଷ୍ପତିକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯଦି ସରକାରୀ ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ହୁଏ ତେବେ ରାଜ୍ୟରେ ତଥା ଆମ ଜିଲ୍ଲାରେ ଗରିବ ଓ ନିମ୍ନ ମଧ୍ୟବିତ ବର୍ଗର ହଜାର ହଜାର ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷାରୁ ବଂଚିତ ହେବେ ।

ସେହିପରି ବିଇଡି କଲେଜ ଗୁଡିକ ଥିବାରୁ ଅନେକ ଛାତ୍ରଛାତ୍ରୀ ମାନେ କମ ଖର୍ଚ୍ଚରେ ଶିକ୍ଷା ତାଲିମ ପାଇ ପାରୁଥିଲେ । ରାଜ୍ୟରେ ଏବେ ୧୪ଟି ବିଇଡି କଲେଜ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତି କା୍ର୍ୟ୍ୟକାରୀ ହୁଏ ତେବେ ବହୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଆର୍ଥିକ ଶୋଷଣର ଶିକାର ହେବା ସହିତ ଉଚ୍ଚମାନର ଶିକ୍ଷାରୁ ବଂଚିତ ହେବେ । ଏହାର ପ୍ରତିବାଦରେ ଡିଏସଓ ପକ୍ଷରୁ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ନିଷ୍ପତିକୁ ସରକାର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସରକାର ଯଦି ଏହି ନିଷ୍ପତି ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ଡିଏସଓ ପକ୍ଷରୁ ରାଜରାସ୍ତା ଅଚଳ କରିଦିଆଯିବ ବୋଲି ଜିଲ୍ଲା ସମ୍ପାଦିକା ଦମୟନ୍ତି ମୁଦୁଲୀ, ଉପସଭାପତି ବିଚିତ୍ର ଦାସ,ମନୋଜ ସେଠୀ, ପ୍ରଭାତ ମଲିକ, ସସ୍ମିତା ସାହୁ, ଶରତ ମଲିକ, ତାପସ ମଲିକ ଓ ନିର୍ମଳ ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି ।

 

Leave A Reply