ଧର୍ମଶାଳା, ୩୦ । ୯ ଉଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ନମ ଲେଖା ପ୍ରକ୍ରିୟା ୨୧ ତାରିଖ ଠାରୁ ଆରମ୍ଭ ହୋଇ ବୁଧବାର ଦିନ ଶେଷ ହୋଇଛି । ଏହି କ୍ରମରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ୬ ଗୋଟି +୨ ଜୁନିଅର କଲେଜରେ ପ୍ରଥମ ପର୍ଯୟାୟରେ କଳା, ବିଜ୍ଞା. ଓ ବାଣିଜ୍ୟରେ ମୋଟ ୧୮୭୫ ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ପାଇଁ ସୂଚନା ଦିଆଯାଇଥିବା ବେଳେ ଆଜିଶେଷ ଦିନ ସୁଦ୍ଧା ୧୬୪୪ଜଣ ନାମ ଲେଖାଇଥିବା ଜଣାଯାଇଛି । ଧର୍ମଶାଳା +୨ ଜୁନିଅର କଲେଜର କଳାରେ ସର୍ବ ନିମ୍ନ କଟଅଫମାର୍କ ୩୩.୩୩ ପ୍ରତିଶତ ଥିବା ବେଳେ ବିଜ୍ଞାନ ୩୩.୦୦ ଓ ବାଣିଜ୍ୟରେ ୩୩.୦୦ ପ୍ରତିଶତ ରଖାଯାଇଛି ।
ପ୍ରଥମ ପର୍ଯ୍ୟୟରେ କଳାରେ ୨୪୪ ଜଣଙ୍କ ମଧ୍ୟରୁ ୨୩୦ଜଣ ବିଜ୍ଞାନରେ ୧୦୯ଜଣଙ୍କ ମଧ୍ୟରୁ ୮୩ଜଣ ବାଣିଜ୍ୟରେ ୨୩ରୁ ୧୫ ଜଣ ନାମଲେଖାଇଛନ୍ତି । ସେହିପରି ମୁକୁନ୍ଦପାତ୍ର ଜୁନିଅର କଲେଜର କଳାରେ ସର୍ବନିମ୍ନ କଟଅଫ ମାର୍କ ୩୩.୦୦ ପ୍ରତିଶତ ରହିଥିବା ବେଳେ ବିଜ୍ଞାନରେ ୩୩.୧୭ ପ୍ରତିଶତ ରଖାଯାଇଛି । ଫ୍ରଥମ ପର୍ଯ୍ୟାରେ କଳାେରେ ୨୫୩ ଜଣଙ୍କ ମଧ୍ୟରୁ ୨୪୦ ଜଣ ଓ ବିଜ୍ଞାନରେ ୧୪୫ ଜଣ୍ଙ୍କ ମଧ୍ୟରୁ୧୩୬ଜଣ ନାମ ଲେଖାଇଛନ୍ତି । ବଜ୍ରଗିରି ଜୁନିଆର କଲେଜର କଳାରେ ସର୍ବନିମ୍ନ କଟଅଫ ମାର୍କ ୩୩.୦୦ ପ୍ରତିଶତ ଓ ବିଜ୍ଞାନରେ କଟଅଫ ମାର୍କ ୪୦.୫୦ ପ୍ରତିଶତ ରଖାଯାଇଛି ।ପ୍ରଥମ ପର୍ଯା୍ୟରେ କଳାରେ ୩୦୫ ଜଣଙ୍କ ମଧ୍ୟରୁ ୨୯୦ ଜଣ ଓ ବିଜ୍ଞାନରେ ୬୨ ଜଣଙ୍କ ମଧ୍ୟରୁ ୫୫ ଜଣ ନାମ ଲେଖାଇଛନ୍ତି । ଜଗନ୍ନାଥଜୀୟୁ ଜୁନିଅର କଲେଜରେ ସର୍ବନିମ୍ନ କଟଅଫମାର୍କ କଳା ଓ ବିଜ୍ଞାନରେ ୩୩.୦୦ ପ୍ରତିଶତ ରଖାଯାଇଛି ।
କଳାରେ ୨୫୩ ଜଣଙ୍କ ମଧ୍ୟରୁ ୨୩୩ ଜଣ ଓ ବିଜ୍ଞାନରେ ୧୫ ଜଣଙ୍କ ମଧ୍ୟରୁ ୧୪ ଜଣ ନାମ ଲେଖାଇଛନ୍ତି । ଜେନାପୁର ଜୁନିଅର କଲେଜରେ କଳାରେ ସର୍ବନିମ୍ନ କଟଅଫ ମାର୍କ ୩୩.୦୦ ପ୍ରତିଶତ ରଖାଯାଇଛି । କଳାରେ ୧୪୨ ଜଣଙ୍କ ମଧ୍ୟରୁ ୨୩୮ ଜଣ ନାମ ଲେଖାଇଛନ୍ତି । ସେହିପରି ଧର୍ମଶାଳା ମହିଳା ଜୁନିଅର କଲେଜରେ କଳାରେ ସର୍ବନିମ୍ନ କଟଅଫ ମାର୍କ ୩୩.୦୦ ପ୍ରତିଶତ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨୪ ଜଣଙ୍କ ମଧ୍ୟରୁ ୧୧୮ ଜଣ ନାମ ଲେଖାଇଥିବା କଲେଜର ଅଧୟକ୍ଷମାନେ ସୂଚନା ଦେଇଛନ୍ତି । ଏହି ୬ ଗୋଟି ଜୁନିଅର କଲେଜରେ କଳାରେ ୧୪୨୧ଜଣଙ୍କ ମଧ୍ୟରୁ ୧୩୪୧ଜଣ, ବିଜ୍ଞାନରେ ୪୩୧ରୁ ୨୮୮ଜଣ ଓ ବାଣିଜ୍ୟରେ ୨୩ଜଣଙ୍କ ମଧ୍ୟରୁ ୧୫ଜଣ ନାମ ଲେଖାଇଥିବା ଜଣାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପଇଁ ଅକ୍ଟୋବର ୩ ତାରିଖରେ କଟଅଫମାର୍କ ପ୍ରକାଶ ପାଇବ ଓ ବିବେଚିତ ଛାତ୍ରୀଛାତ୍ରମାନେ ୫ ତାରିଖରୁ ୭ ତାରିଖ ମଧ୍ୟରେ ମନୋନିତ କଲେଜରେ ନାମଲେଖାଇ ପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।