ଯାଜପୁର: ଧର୍ମଶାଳା ବ୍ଲକ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗୁରୁବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଚକ୍ରବତ୍ର୍ତ୍ରୀ ସିଂ ରାଠୋରଙ୍କ ମାଧ୍ୟମରେ ଏହି ଅର୍ଥ ରାଶିକୁ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ଏହା ଏକ ମହତ କାର୍ଯ୍ୟ କରୋନା ଭଳି ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇ.ଏ.ଏସ୍ ପ୍ରେବେସନର ସଚିନ ପାୱାର, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ରସୁଲପୁର ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର କର, ପ୍ରାଥମିକ ଶିକ୍ଷକ ସଂଘ ଫେଡ଼େରେସନର ସଭାପତି ବିଜୟ କୁମାର ନାୟକ, ରାଜ୍ୟ ନିମ୍ନମାଧ୍ୟମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ଦାସ, ଧର୍ମଶାଳା ବ୍ଲକ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରା, ସଂପାଦକ ହୃଷିକେଶ ସାମଲ, ଉପଦେଷ୍ଟା ଜଗନ୍ନାଥ ସାମନ୍ତରାୟ, ସଦସ୍ୟ ସୁରେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ପୁରୁଷାତ୍ତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
