ଧରାକୋଟ ,୧୭/୪- ଗଞ୍ଜାମ ଜିଲ୍ଲା କେନ୍ଦୁପଲ୍ଲୀ ଗାଁ ଅଙ୍ଗନବାଡି କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୫ ବର୍ଷିୟ ଛାତ୍ରୀ ପ୍ରଜ୍ଞା ଭୂୟାଁ ଏକ ବିଷାକ୍ତ ଫଳ ଖାଇ ଗୁରୁତର ଅବସ୍ଥାରେ ଆସିକା ସବଡିଭିଜନ ମେଡିକାଲ ଠାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମହାମାରୀ କରୋନାର କୋହଳ ପରେ ପ୍ରତିଦିନ ଭଳି ସକାଳୁ ଅଙ୍ଗନବାଡି କେନ୍ଦ୍ରକୁ ପଢିବାକୁ ଯାଇଥିଲା ।
ସେଠାରେ ବିରତି ସମୟରେ କେନ୍ଦ୍ର ପଛ ପଟେ ଥିବା ଏକ ବିଷାକ୍ତ ଗଛର ଫଳ ଖାଇ ଦେଇଥିଲା । ଏହାର କିଛି ସମୟରେ କେନ୍ଦ୍ର ଛୁଟି ହେବା ପରେ ଘରକୁ ଫେରିଥିଲା । ସେଠାରେ ମାତ୍ର ୫ ମିନିଟ ବ୍ୟବଧାନରେ ଲଗାତର ୧୦ ରୁ ଅଧିକ ଥର ବାନ୍ତି କରିଥିଲା ।
ଘରେ ଉପସ୍ଥିତ ଥିବା ପ୍ରଜ୍ଞାର ବାପା ଆଲୋକ ଭୂୟାଁ ଓ ମା ଭାରତୀ ଭୂୟାଁ ବ୍ୟସ୍ତ ହୋଇ ପଡିଥିଲେ । ପରେ ପଚରା ଉଚାରା ପରେ ସହପାଠୀଙ୍କ ଠାରୁ ଜାଣିପାରି ଥିଲେ ଏହି କି ଯେ ପ୍ରଜ୍ଞା କ୍ଲାସର ବିରତି ସମୟରେ ଏକ ବିଷାକ୍ତ ଫଳ ଖାଇ ଦେଇଥିଲା । ସେତେବେଳକୁ ପ୍ରଜ୍ଞାର ଅବସ୍ଥା ଗୁରୁତର ଅବସ୍ଥାକୁ ପହଁଚି ଯାଇଥିଲା । ସଙ୍ଗେ ସଙ୍ଗେ ପ୍ରଜ୍ଞାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ସବଡିଭିଜନ ମେଡିକାଲକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରଜ୍ଞାକୁ ଚିକିତ୍ସା କରି ଥିଲେ । ଚିକିତ୍ସା କରିବାର କିଛି ସମୟରେ ପ୍ରଜ୍ଞାର ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତିକୁ ଆସିଥିଲା । ସେପଟେ କେନ୍ଦ୍ରରେ ପିଲା ମାନଙ୍କୁ ଠିକ ଭାବେ ଯତ୍ନ ନିଆଯାଉ ନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।