ଧରାକୋଟ – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପୂର୍ଵରୁ ରାଜନୈତିକ ହିଂସା l ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରେଇ ଗ୍ରାମରେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ l ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଚାରି ଆହତ l ତେବେ ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତ ଚାରି ଯୁବକ ମଧ୍ୟରୁ ତିନି ଜଣ ଯୁବକକୁ ଧରାକୋଟ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଗୋଷ୍ଠୀ ସଂଘର୍ଷ ରେ ଅଧିକ ଗୁରୁତର ଥିବା ଜଣେ ଯୁବକଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ତେବେ ଏହି ଗୋଷ୍ଠୀ ସଂଘର୍ଷ ରାଜନୈତିକ ହିଂସାକୁ ନେଇ ଘଟିଥିବା ଅନୁମାନ କରାଯାଉଛି lତେବେ ନାମାଙ୍କନର ଦ୍ୱିତୀୟ ଦିନରେ ଜଣେ ଗୋଷ୍ଠୀ ପାର୍ଥି ପତ୍ର ଦାଖଲ ପାଇଁ ଆସୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସେମାନଙ୍କ ଉପରେ ଅତରକ୍ରୀତ ଆକ୍ରମଣ କରିବା ଫଳରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ପଡିଛି l ଏହି ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି l
ଆହତ ମାନଙ୍କ ମଧ୍ୟରେ ରୁନି ନାୟକ,ଶିବ ଶଙ୍କର ପାତ୍ର, ଜାଗା ସେଠି, ଏବଂ ପଞ୍ଚୁ ଡାକୁଆ ବୋଲି ଜଣା ପଡିଛି l ସୂଚନା ମୁତାବକ l ସୂଚନା ମୁତାବକ ଆହତ ଙ୍କ ପକ୍ଷ୍ୟ ରୁ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l