Odisha news

ଧାମନଗର ବିଜେଡି ର ଯୋନ ସ୍ତରୀୟ ନିର୍ବାଚନି ସଭା ମୁକ୍ତି ଓ ରାଜୁ ଗୋଟିଏ ମଞ୍ଚରେ

0

ଧାମନଗର , ୯/୨ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଧାମନଗର ବ୍ଲକ ର ୩୧ ପଂଚାୟତ ରେ ନିର୍ବାଚନ ପ୍ରଚାର ଏବେ ଜୋରଦାର ହୋଇଛି ।ମୁଖ୍ୟତ ବିଜେପି ଓ ବିଜେଡି ମଧ୍ୟରେ ଛକା ଛକି ଓ ନିର୍ବାଚନି ଲଡେଇ ଚାଲିଛି ।ବିଜେଡି ର ଗୋଷ୍ଟିକନ୍ଦଳ ରହିଛି ବୋଲି ବିଭିନ୍ନ ସମୟରେ ସମାଲୋଚନା ଚାଲିଥିଲା ହେଲେ ଆଜିତାହା ସବୁ କଳ୍ପନା ଫସର ଫାଟିଛି ବିଜେଡି ର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ରେ ଆଜି ଧାମନଗର  ର ଦୁଇ ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ  ଧାମନଗର ର ବିଜେଡି ପକ୍ଷରୁବିଭିନ୍ନ ସ୍ଥାନ ରେ ନିର୍ବାଚନୀ ସଭାରେ ଭାଷଣ ଦେଇ କର୍ମୀ ଓ ପ୍ରାଥୀ ଙ୍କ ମନବଳ କୁ ବଡାଇଛନ୍ତି  ଦଳ ପକ୍ଷରୁ ଆଜି ଅସୁରାଳି ,ଧୂସୁରୀ ,ଧାମନଗର ଓ ଦୋବଲ  ଜିଲାପରିସଦ ଯୋନ ର ବିଭିନ୍ନ ସ୍ଥାନ ରେ ଏହି ନିର୍ବାଚନି ସଭା ରେ ବିଜେଡି ର ବ୍ଲକ ସଭାପତି ଉମେଶ ମହାନ୍ତି ଙ୍କ ସଭାପତିତ୍ୱ ରେ  ମୁଖ୍ୟଅଥିତ ଭାବେ ଧର୍ମଶାଳା ବିଧାୟକ ତଥା ଭଦ୍ରକ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ  ପ୍ରଣବ ବଲବନ୍ତ ରାୟ , ବ୍ଲକ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ଦୁଇ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ ,ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ,ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ,ଜିଲାପରିଷଦ ପ୍ରାଥୀ ସାରଦା ପ୍ରସନ୍ନ ସାହୁ ,ପ୍ରଦୀପ କୁମାର ମଲିକି ,ଟୁନିବାଳା ବିଶ୍ଵାଳ ,ଉର୍ମିଳା ବିଶ୍ଵାଳ ,ଙ୍କ ସମେତ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ବୁଝାଇ ଥିଲେ ଏବଂ ଆଗାମୀ ନିର୍ବାଚନରେ ସମସ୍ତ ଦଳୀୟ ପ୍ରାଥୀ ଙ୍କୁ ଜିତାଇ ବା ପାଇଁ ନେତାମାନେ ନିବେଦନ କରିଥିଲେ । ଏହି ଅବସରରେ ବରିଷ୍ଠ ବିଜେଡି ନେତା ଵିଦ୍ୟାଧର ରାଉତ ଙ୍କ ନେତୃତ୍ୱରେ ଭଟସାହି ପଂଚାୟତ ର  ବିଜେପି କର୍ମୀ ନରତମ ଦେଵତା, ରତିକାନ୍ତ ବେହେରା,ଅଭୟ ନାୟକ,ନିରାକାର ମହାନ୍ତି, ପ୍ରକାଶ ମହାନ୍ତି, ଭାଗବତ ମହାଳିକି ଶଶୀକାନ୍ତ ମହାଲିକି ,ହୃଷିକେଶ ମିଶ୍ର ,ହରେକୃଷ୍ଣ ରାଉତ ଏମାନେ ନିଜ ଦଳ ଛାଡ଼ି ବିଜେଡି ରେ ସାମିଲି ହୋଇ ଥିଲେ ,ମୁଖ୍ୟ ଅଥିତି ସେମାନଙ୍କୁ ଦଳରେ ସାମିଲି କରାଇ ଥିଲେ

Leave A Reply