ଡେରାବିଶ : କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଚାନେ୍ଦାଳ ସ୍ଥିତ ପୁରୁଣା ପେଟ୍ରୋଲ ଟାଙ୍କି ନିକଟରେ ଆଜି ମଧ୍ୟାହ୍ନରେ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିର ଚାଳକ ଗୁରୁତର ହୋଇପଡ଼ିଛି । ସୂଚନାରୁ ପ୍ରକାଶ ନିକିରେଇ ଥାନା ଅନ୍ତର୍ଗତ ଢୋଲ ଗ୍ରାମର ଗୌତମ କୁମାର ଜେନା ଏକ ବାଇକ୍ରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ସହିତ ତାଙ୍କର ମୁହାଁମୁହିଁ ଧକ୍କାହୋଇଥିଲା ।

ଧକ୍କାର ତିବ୍ରତା ଏତେ ଜୋରରେ ଥିଲା ଯେ ଶ୍ରୀ ଜେନା ଛିଟିକି ଯାଇ ଗାଡ଼ିର ସାମନା କାଚରେ ପିଟି ହୋଇଯାଇଥିଲେ । ଫଳରେ ତାଙ୍କ ଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡ ଓ ଶରୀରର ବିଭିନ୍ନ ଅଙ୍ଗରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା । ଏଥିସହିତ କାର ଚାଳକ ମଧ୍ୟ ଦୁର୍ଘଟଣା ଫଳରେ କ୍ଷତବିକ୍ଷତ ହୋଇଯାଇଥିଲେ । ଖବର ପାଇ ନିଶ୍ଚିନ୍ତକୋଇଲି ଫାୟାର ବିଗ୍ରେଡ଼ର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ନିଶ୍ଚିନ୍ତକୋଇଲି ସ୍ଥିତ ଚିକିତ୍ସାଳୟରେ ଭର୍ତି କରିଥିଲେ ।

ସେଠାରେ ଶ୍ରୀଜେନାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ମେଡ଼ିକାଲ୍ରେ ଭର୍ତି କରାଯାଇଛି । ଘଟଣା ଘଟିବା ପରେ ଚାନେ୍ଦାଳ ଫାଣ୍ଡି ପକ୍ଷରୁ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରାଯାଇଛି । କାର ଚାଳକଙ୍କ ପରିଚୟ ମିଳିନଥବା ବେଳେ ଶ୍ରୀ ଜେନା ଜଣେ ପୋଲିସ୍ କର୍ମଚାରୀ ହୋଇଥିବା ଜଣାଯାଇଛି

LEAVE A REPLY

Please enter your comment!
Please enter your name here