ଡେରାବିଶ୧୦ା୮ – ୫ନଂ (କ) ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ଗତକାଲି ରାତିରେ ଟ୍ରକ ଦୁର୍ଘଟଣା ଘଟି ୨ଜଣଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନାରୁ ପ୍ରକାଶ ଚଣ୍ଡିଖୋଲରୁ ପାରାଦ୍ୱୀପ ଯାଉଥିବା ଏକ ୧୨ ଚକିଆ ଟ୍ରକ (ଓ.ଆର.-୧୧କେ-୨୬୯୮)ର ଡ୍ରାଇଭର ଓ ହେଲପ୍ର ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ପୂର୍ବରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ରଖିଥିଲେ ।
ଉଭୟ ଡ୍ରାଇଭର ଓ ହେଲପର ଗାଧୁଆପାଧୁଆ କରି ନିଜ ଗାଡ଼ିର ଆଗରେ ବସି ଖାଉଥିଲେ । ଏହି ସମୟରେ ଚଣ୍ଡିଖୋଲରୁ ପାରାଦ୍ୱିପ ଆଡ଼କୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରେଲର ତାଙ୍କ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ଟି ଗଡ଼ିଯାଇ ଖାଇବାକୁ ବସିଥିବା ଉଭୟ ଡ୍ରାଇଭର ଓ ହେଲପରଙ୍କ ଉପରେ ଚଢ଼ିଯାଇଥିଲା ଓ ଉଭୟଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଯାଇଥିଲା । ଅପରପକ୍ଷରେ ଧକ୍କା ଦେଇଥିବା ଟ୍ରେଲର ଡ୍ରାଇଭର ମଧ୍ୟ ଗୁରୁତର ଆହାତ ହୋଇଥିଲେ । ଖବରପାଇ ଡେରାବିଶ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତକ ଦ୍ୱୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଅଗ୍ନିଶମ ବାହିନୀ ଗୁରୁତର ଆହାତଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରିଥିଲେ ।
ମୃତ ହେଲପରଙ୍କ ଭାଇ ଦେଇଥିବା ଏତଲା ଆଧାରରେ ପୁଲିସ ୧୪୮/୨୦ରେ ଏକ ମାମଲା ରୁଜ୍ଜୁ କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉଭୟ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ମୃତକ ଦ୍ୱୟଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବା ବେଳେ ଚାଳକଙ୍କ ନାମ ବରୁଣ କୁମାର ବେହେରା ଓ ହେଲପର ଜଣକ କାଳିଆ ପଟ୍ଟନାୟକ ବୋଲି ଜଣାଯାଇଛି ।
ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରଲର ଗାଡିର ଚାଳକ ଜଣକ ଏହି ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସ୍ୟା ନିମନ୍ତେ ଡାକ୍ତଖାନାରେ ଭର୍ତି ହୋଇଥିବା ବେଳେ ତାଙ୍କ ବାବଦରେ ସବିଶେଷ ସୁଚନା ମିଳି ପାରି ନାହିଁ । ଏହି ଦୁର୍ଘଟଣା ବାବାଦରେ ଖବର ପାଇଁ ମୃତ ହେଲପରଙ୍କ ଭାଇ ବଳିଆ ପଟ୍ଟନାୟକ ଆଜି ସକାଳୁ ଡେରାବିଶ ଥାନାରେଏକ ଲିଖିତ ଏତଲା ଦେଇଥିବା ଜଣାଯାଇଛି ।
ଏଥିସହିତ ଉଭୟ ମରଶରିରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବା ସହିତ ଏହି ଦୁର୍ଘଟଣାର ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ଉମାକାନ୍ତ ନାୟକ ଓ ଏହି ମାମଲାର ତଦନ୍ତକାରୀ ସବ-ଇନିସପେକ୍ଟର ନାରାୟଣ ମହାରଣାଙ୍କ ସୁଚନାରୁ ଜଣାଯାଇଛି