ଡେରାବିଶ୧୦ା୮ – ଡେରାବିଶ ବ୍ଲକର ୨ଟି କୋଭିଡ଼୍ କେୟାରହୋମ୍ରୁ ଆଜି ଦୁଇଜଣ ବ୍ୟକ୍ତି କରୋନା ପଜେଟିଭ୍ ବାହାରିଛନ୍ତି । ଏଣ୍ଡର ପଂଚାୟତ କୋଭିଡ଼୍ କେୟାର ହୋମ୍ରୁ ପଜେଟିଭ୍ ବାହାରିଥିବା ୩୮ ବର୍ଷୀୟ ଯୁବକ ପୁନେରୁ ଗତ ୫ ତାରିଖରେ ଆସି କୋଭିଡ଼୍ କେୟାର ହୋମ୍ରେ ରହିଥିବା ବେଳେ ଗତ ୭ ତାରିଖରେ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିଲା । ଆଜି ତାଙ୍କର ରିପୋର୍ଟ ପଜେଟିଭ୍ ଆସିବା ପରେ ତାଙ୍କୁ ଛତାସ୍ଥିତ କୋଭିଡ଼୍ ହସପିଟାଲ୍କୁ ପଠାଇ ଦିଆଯାଇଛି । ଆକ୍ରାନ୍ତ ଯୁବକଙ୍କ ଘର ଏହି ବ୍ଳକ ଅନ୍ତର୍ଗତ ପଲେଇ ପଂଚାୟତରେ ବୋଲି ଜଣାଯାଇଛି ।
ସେହିପରି ଏହି ବ୍ଲକର ରତାଦିଆ ଖଣ୍ଡସାହି ପଂଚାୟତର ୩୫ ବର୍ଷୀୟ ଯୁବକ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରୁ ଆସି ହରିଅଙ୍କସ୍ଥିତ କୋଭିଡ଼୍ କେୟାର ହୋମ୍ରେ ଗତ ୬ ତାରିଖ ଦିନ ରହିଥିଲେ । ୭ ତାରିଖରେ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଜି ତାଙ୍କର ରିପୋର୍ଟ ପଜେଟିଭ୍ ଆସିଥିଲା । ତାଙ୍କୁ ଛତାସ୍ଥିତ କୋଭିଡ଼୍ ହସପିଟାଲ୍କୁ ପଠାଇ ଦିଆଯାଇଛି । ଉଭୟ କୋଭିଡ଼୍କେୟାର ହୋମ୍କୁ ବିଡ଼ିଓ ଗୋପବନ୍ଧୁ ଭୋସାଗର ଓ ସ୍ୱାସ୍ଥ୍ୟବିଭାଗ ଅଧିକାରୀମାନେ ଆସି ଆକ୍ରାନ୍ତଙ୍କୁ କୋଭିଡ଼୍ ହସପିଟାଲ୍କୁ ପଠାଇବାର ବ୍ୟବସ୍ଥା କରିଥିଲେ ।