ବର୍ଷା ଋତୁରେ ସାଇଲେଣ୍ଟ କିଲର ହୋଇଯାଇଥାଏ ଡେଙ୍ଗୁ ଜ୍ୱର : ଏହିସବୁ ଲକ୍ଷଣ ଦେଖାଯିବl କ୍ଷଣି ତୁରନ୍ତ କରନ୍ତୁ ଡାକ୍ତରଙ୍କୁ ପରାମର୍ଶ
ବର୍ଷାଋତୁ ଆସିବା ମାତ୍ରକେ ଯେଉଁ ମାନଙ୍କର ଇମ୍ୟୁନିଟି ଦୁର୍ବଳ ସେମାନେ ଅନେକ ପ୍ରକାର ରୋଗରେ ପୀଡିତ ହୋଇ ଥାଆନ୍ତି l ବିଶେଷ ଭାବରେ ଏହି ଋତୁରେ ସଂକ୍ରମିତ ରୋଗ ଅଧିକ ବ୍ୟାପିଥାଏ , ଯାହାକି ଶରୀରର ଇମ୍ୟୁନିଟି ତାଙ୍କର ମୁକାବିଲା କରିପାରି ନଥାଏ l ବର୍ଷା ଦିନରେ ସବୁଠୁ ଅଧିକ ଭୟ ଡେଙ୍ଗୁ ର ରହିଥାଏ l ଯଦି ରୋଗୀ ଦୁର୍ବଳ ହୋଇଥାଏ ଓ ତାର ପ୍ଲେଟଲେଟସ କମିବାରେ ଲାଗିଥାଏ ତେବେ ସ୍ଥିତି ଗମ୍ଭୀର ହୋଇ ଯାଇଥାଏ l
ଡେଙ୍ଗୁର ଲକ୍ଷଣ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଡେଙ୍ଗୁ ମଶା କାମୁଡ଼ିବାର ଗୋଟିଏ ସପ୍ତାହ ମଧ୍ୟରେ ଶରୀରରେ ଡେଙ୍ଗୁର ଲକ୍ଷଣ ଦେଖିବାକୁ ମିଳିଥାଏ l ତେଣୁ ତାହାକୁ ଜାଣିବା ସବୁଠୁ ଜରୁରୀ ଅଟେ l
– ଡେଙ୍ଗୁ ରେ ପୀଡିତ ହେବ ଦ୍ୱାରା ପ୍ରବଳ ଜ୍ୱର ହୋଇଥାଏ l ଶରୀରର ତାପମାତ୍ରା ୧୦୧ ରୁ ୧୦୪ ମଧ୍ୟରେ ରହିଥାଏ l ଏହି ଜ୍ୱର ୩ରୁ ୪ଦିନ ପର୍ଯ୍ୟନ୍ତ ରହିଥାଏ l ଏପରି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ଏହାଛଡା ମୁଣ୍ଡ ବିନ୍ଧିବା ର ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ l ଏହାଛଡା କାନ ବିନ୍ଧି ଅସହନୀୟ ଯନ୍ତ୍ରଣା ହୋଇଥାଏ l ଆଖିର ଭିତର ପାର୍ଶ୍ୱରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ l
– ଡେଙ୍ଗୁ ରେ ଶରୀରରେ ଅନେକ ସମୟରେ ନାଲି ନାଲି ଦାନା ବାହାରିବା ଭଳି ଦେଖିବାକୁ ମିଳିଥାଏ l ଏହି ନାଲି ଦାନା ପ୍ରବଳ କୁଣ୍ଡାଇ ମଧ୍ୟ ହୋଇଥାଏ ଓ ତା ସହିତ ପଡିଥାଏ l
– ଡେଙ୍ଗୁର ପ୍ରାରମ୍ଭିକ ସଂକେତ ରେ ହାଡ଼ରେ ଗମ୍ଭୀର ଯନ୍ତ୍ରଣା ହୋଇଥାଏ l ହାଡ଼ ସହିତ ମାଂସପେଶୀ ରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୁଏ l
– ଡେଙ୍ଗୁ ସମୟରେ ଯଦି ଦୁର୍ବଳ ଲାଗୁଚି ତେବେ ଜାଣିବେ ଯେ ଏହା ପ୍ଲେଟଲେଟସ କମିବାର କାରଣ ଅଟେ , ଏହି ସମୟରେ ଅଧିକ ଦୁର୍ବଳ ଲାଗିଥାଏ l
– ଅନେକ ସମୟରେ ଡେଙ୍ଗୁ ରୋଗୀଙ୍କ ନିକଟରେ ନାକ ଓ ମାଢ଼ିରୁ ରକ୍ତ ପଡିବ ଭଳି ସମସ୍ୟା ମଧ୍ୟ ଦେଖ ଯାଇଥାଏ l
ଏହିସବୁ ଲକ୍ଷଣ ଯଦି ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଏହି ସମୟରେ ବିଶେଷ ଭାବରେ ନିଜ ଘରର ଚାରିପାଖ ସଫାସୁତୁରା ରଖିବା ଜରୁରୀ ଓ ନିଜକୁ କିପରି ମଶା ନିକଟରୁ ରକ୍ଷା କରିପାରିବେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ l
