Odisha news

ଗଞ୍ଜାମରେ ଡେଙ୍ଗୁ ଅଣାୟତ୍ତ ହେଉଛି ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

0

ବ୍ରହ୍ମପୁର :  ଗତ ୨୦୨୦ ମସିହାରେ ଡେଙ୍ଗୁ ସଂଖ୍ୟା ୯ ଥିବା ବେଳେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା‌ରେ ଏଯାବତ ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା ୧୧୧ ରେ ପହଞ୍ଚିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଡେଙ୍ଗୁର ବାହାକ ଏଡିସ୍‌ ମଶା ସୃଷ୍ଟି ହୋଇ ରୋଗର କାରଣ ସାଜୁଛି। ଅନ୍ୟପଟେ ଏମକେସିଜି ମେଡିକାଲର ରକ୍ତ ଭଣ୍ଡାରରେ ନେଗେଟିଭ୍‌ ଗ୍ରୁପ୍‌ ପ୍ଲେଟ୍‌ଲେଟ୍‌ ଅଭାବ ସମସ୍ୟା ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ବ୍ଲକ୍‌ରେ ସ୍ଥିତି ସଙ୍ଗିନ ହୋଇ ପଡ଼ିଛି। ଏହି ବ୍ଲକ୍‌ରୁ ବର୍ତ୍ତମାନ ସୁଦ୍ଧା ୨୩ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇ ସାରିଲେଣି। ଏପରିକି ଏହି ବ୍ଲକ୍‌ର ଜଣେ ଯୁକ୍ତଦୁଇ ଛାତ୍ରୀଙ୍କ ଡେଙ୍ଗୁ ସନ୍ଦେହରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍(ଏନ୍‌ଏଚ୍‌ଆର୍‌ସି) ନିକଟରେ ପିଟିସନ୍‌ ରୁଜୁ କରିଥିଲେ। ଏନ୍ଏଚ୍‌ଆର୍‌ସି ଏହି ପିଟିସନ୍‌ର ଶୁଣାଣି କରିଥିଲା।  ୮ସପ୍ତାହ ମଧ୍ୟରେ ସମସ୍ୟା ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଏନ୍‌ଏଚ୍‌ଆର୍‌ସି ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। 

Nalco
Leave A Reply