Odisha news

କରୋନାର ଦ୍ଵିତୀୟ ଲହର ବିଷୟରେ ସଠିକ୍ ଭବିଷ୍ୟତ ବାଣୀ ଦେଇଥିବା ଗବେଷକ କହିଲେ ଚଳିତ ବର୍ଷ ଭାରତରେ ବ୍ୟାପି ପାରେ ତୃତୀୟ ଲହର

ନୂଆଦିଲ୍ଲୀ : ଦେଶରେ ଦ୍ଵିତୀୟ ଲହର ବିଷୟରେ ସଚେତନ କରିଥିବା ଗବେଷକ ତୃତୀୟ ଲହର କୁ ନେଇ ଦେଲେ ସୂଚନା । ଗବେଷଣା ରେ କୁହାଯାଇଛି ଚଳିତ ମାସ ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ବିଶେଷଜ୍ଞ ମାନଙ୍କ ମତରେ ଚଳିତ ମାସରେ ଆରମ୍ଭ ହେବା ତୃତୀୟ ଲହର ଅକ୍ଟୋବର ମାସ ସୁଦ୍ଧା ଦେଢ଼ ଲକ୍ଷ ରୁ ଦୁଇ ଲକ୍ଷ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରାଇବ । ଏହି ସମୟରେ ତୃତୀୟ ଲହର ଖୁବ୍ ଭୟଙ୍କର ରୁପ ଦେଖାଇବ । ଏହି ଗବେଷଣା ରେ ଆଇଆଇଟି କାନପୁର ଓ ହାଇଦ୍ରାବାଦ ର ବିଶେଷଜ୍ଞ ମାନେ ସାମିଲ ଥିଲେ ।
ଗବେଷକ ମାନଙ୍କ ମତରେ ଦ୍ଵିତୀୟ ଲହର ଭଳି ତୃତୀୟ ଲହର ଏତେ ଭୟଙ୍କର ହେବ ନାହିଁ । ଦ୍ଵିତୀୟ ଲହର ସମୟରେ ଦିନକୁ ୪ ଲକ୍ଷ ଲୋକ ପ୍ରଭାବିତ ହେଉଥିଲେ । ତାହା ଏବେ ଦେଢ଼ ଲକ୍ଷରୁ ୨ଲକ୍ଷ ରହିବ । ବିଶେଷଜ୍ଞ ମାନେ ଆହୁରି କହିଛନ୍ତି ଯେ ଏହା ରାଜ୍ୟ ଗୁଡ଼ିକ ଉପରେ ନିର୍ଭର କରେ ଯେ ସେମାନେ କିପରି ପଦକ୍ଷେପ ନେବେ ଓ କରୋନା କୁ ନିୟନ୍ତ୍ରିତ କରିବେ ।
ଏହା ପୂର୍ବରୁ ICMR ମଧ୍ୟ ତୃତୀୟ ଲହର ପାଇଁ ସଚେତନ କରି ସାରିଛି ଓ କହିଥିଲା ଚଳିତ ଅଗଷ୍ଟ ମାସରେ ତୃତୀୟ ଲହର ଆସିପାରେ । ତେଣୁ ଟିକା କରଣ କୁ ଖୁବ୍ ଗୁରୁତ୍ଵ ଦିଆଯାଉଛି । ଟୀକା ନେଇଥିବା ବ୍ୟକ୍ତି ମଧ୍ୟ କରୋନା ନିୟମକୁ ମାନିବା ଆବଶ୍ୟକ । ଯେପରିକି ମାକ୍ସ ଅନିର୍ବଜ୍ୟ ଓ ସାମାଜିକ ଦୂରତା ରଖିବା ଉଚିତ୍ ।

Comments are closed.