Odisha news

ବୋହୂର କୋଠରୀରୁ ଆପତ୍ତି ଜନକ ଅବସ୍ଥାରେ ମିଳିଲେ ୩ ଯୁବକ : ହଟାତ ଶଶୁର ଦେଖି ଆଶ୍ଚର୍ଯ୍ୟ , ତାପରେ…….

0

ନୂଆଦିଲ୍ଲୀ : ମିଳିଥିବା ସୂଚନା ଅନୁସାରେ ଜଣେ ଶଶୁର ନିଜ ବୋହୁଙ୍କ କୋଠରୀରେ ୩ଜଣ ଯୁବକଙ୍କୁ ଆପତ୍ତି ଜନକ ଅବସ୍ଥାରେ ପାଇଥିଲେ l ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ l ଏଠାରେ ଗୋଟିଏ ଗାଁ ରେ ମଙ୍ଗଳବାର ଦିନ ୩ଜଣ ଯୁବକଙ୍କୁ ଆପତ୍ତି ଜନକ ଅବସ୍ଥାରେ ବୋହୁଙ୍କ କୋଠରୀରୁ ପାଇଥିଲେ l ଶଶୁର ଜଣଙ୍କ ଉକ୍ତ ୩ଜଣ ଯୁବକଙ୍କୁ ଦେଖି ପାଟି କରିବା ପରେ ଗ୍ରାମବାସୀ ମାନେ ସେଠାରେ ଏକାଠି ହୋଇଥିଲେ l ଏହା ପରେ ୩ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଥିଲେ l ଯୁବକ ମାନଙ୍କ ପାଖରୁ ଛୁରୀ ମଧ୍ୟ ଜବତ ହୋଇଥିଲା l ଶଶୁର ଜଣଙ୍କ ବୋହୁଙ୍କ ଚରିତ୍ର ଉପରକୁ ଆଙ୍ଗୁଠି ଦେଖାଇ କହିଛନ୍ତି ଯେ ତାଙ୍କ ବୋହୁ ନିକଟତମ ଗ୍ରାମର ଗୋଟିଏ ଯୁବକ ସହିତ ସମ୍ବଦ୍ଧ ରଖିଥିଲା l

ପ୍ରାୟତଃ ପ୍ରତେକ ଦିନ ରାତିରେ ସେହି ଯୁବକ ସହିତ ଅନ୍ୟ ଦୁଇ ଯୁବକ ମଧ୍ୟ ଆସୁଥିଲେ l ତେଣୁକରି ସେ ସବୁବେଳେ ଚାହୁଁଥିଲେ ତାଙ୍କ ବୋହୂର କର୍ତ୍ତୃତ୍ୱ ସମାଜ ଆଗକୁ ଆଣିବେ l କିନ୍ତୁ ସେଥିରେ ସେ କୌଣସି କାରଣ ବଶତଃ ସଫଳ ହୋଇପାରୁ ନଥିଲେ l ତାଙ୍କ ପୁଅ ବାହାରେ ଚାକିରୀ କରିଥିବା ହେତୁ ତାଙ୍କ ବୋହୁ ବିଷୟରେ ସେ କିଛି ଜଣାଇ ପାରୁ ନଥିଲେ l ମଙ୍ଗଳବାର ଦିନ ଗ୍ରାମବାସୀଙ୍କ ସହାୟତାରେ ୩ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଥିଲେ l ପୋଲିସ ବର୍ତ୍ତମାନ ୩ ଯୁବକଙ୍କୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛି l

Leave A Reply