Odisha news

ଡେଲାଙ୍ଗ ପୋଲିସର ଜୁଆ ଆଡା ଉପରେ ଚଡାଉ ; ସାତ ଜୁଆଡି ଗିରଫ , ୧୪.୫ଶହ ଟଙ୍କା, ୭ମଟର ସାଇକେଲ, ୭ମୋବାଇଲି ଜବତ

0

ଡେଲାଙ୍ଗ-ଡେଲାଙ୍ଗ ପୋଲିସ ଶୁକ୍ରବାର ରାତିରେ ଏକ ଜୁଆ ଆଡା ଉପରେ ଚଡାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୪ହଜାର ୫ଶହ ଟଙ୍କା ଜବତ କରିଥିବା ଜଣାପଡିଛି । ଡେଲାଙ୍ଗ ଥାନା ସୁତ୍ରରୁ ପ୍ରକାଶ ଯେ ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ କୁଞ୍ଜର ଗ୍ରାମ ମୁଣ୍ଡ ତି୍ରପାଥ ମନ୍ଦିର ନିକଟରେ କିଛି ଲୋକ ଯୁଆ ଖେଳୁଛନ୍ତି ।

ଖବର ପାଇବା ପରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ସଦଳବଳେ ଉକ୍ତ ସ୍ଥାନରେ ଚଡାଉ କରିଥିଲେ । ସେଠାରୁ ଡେଲାଙ୍ଗ ଥାନା ହୁମର ଗ୍ରାମରଭାସ୍କର ଓରଫ ଭାସିଆ ନାୟକ(୫୦) ,ପୁରୀ ସଦର ଥାନା ଅଞ୍ଚଳର ମାର୍କଣ୍ଟେଶ୍ୱର ମଧୁବନ ଲେନର ଲୁଲୁ ପାତ୍ର (୪୫) ଡେଲାଙ୍ଗ ଗୁଆଚୌକାର ସମିର ସାହୁ (୩୫), ସାକ୍ଷୀଗୋପାଳର ମହାମାୟାସାହିର ଗୌତମ ବରାଳ (୪୦) , ପିପିଲିର ବନ୍ତଳସିଂହଗ୍ରାମର ସୁକାନ୍ତ ସ୍ୱାଇଁ ( ୩୫) , ପିପିଲି ଥାନା ଘାସିଆର ଦୁଶାସନ ସ୍ୱାଇଁ ( ୩୫) , ପୁରୀ ମାର୍କେଣ୍ଡଶ୍ୱର ଦୋଳବେଦୀ ସାହିର ପୁରୁଷୋତମ ଓରଫ ବାନାମ୍ବର ଦାସ ବୋଲି ଜଣାପଡିଛି ।

ଏମାନଙ୍କ ଠାରୁ ଡେଲାଙ୍ଗ ପୋଲିସ ନଗଦ୧୪ ହଜାର ୫ଶହ ଟଙ୍କା, ୨ ପ୍ୟାକେଟ ତାସମୁଠା, ଗୋଟିଏ ଟର୍ଚ୍ଚ ଲାଇଟି, ୬ଟି ମୋବାଇଲି, ୭ଟି ମଟର ସାଇକେଲ, ୪ଟି ଅଧା ଜଳା ମହମବତୀ ଓ ୪ଟି ଭଲ ମହମବତୀ, ୨ଟି ଡିଆସିଲ ପୁଡା, ଗୋଟିଏ କଳା ରଙ୍ଗର ବଡ ପଲିଥିନି ସେମାନଙ୍କ ଠାରୁ ଜବତ କରାଯାଇଛି । ଡେଲାଙ୍ଗ ହାଟ ଫାଣ୍ଡି

ଏ ଏସ ଆଇ ଗଙ୍ଗାଧର ସାହୁଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନା କେସନଂ ୧୩୭/ ୨୦୨୦ ରେ ଏକ କେସରୁଜ କରାଯାଇ ସାତଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି

Leave A Reply