ଦିନ ଯେଉଁ ହାତ ପରିଶ୍ରମ କରି ମାସିକ ରୋଜଗାର ଟଙ୍କା ହାତରେ ଧରୁଥିଲା ସେ ହାତ ଆଜି ଧରୁଛି ଆଶା ବାଡି। ଯିଏ ଦିନେ ପରିବାର ର 5 ପ୍ରାଣୀ କୁ ଚଳାଉ ଥିଲା ସେ ନିଜେ ଆଜି ଚଳିବା କୁ ପରିବାର ଲୋକଙ୍କୁ କରୁଛି ଭରଷା। ଦୁଃର୍ଭାଗ୍ୟ ବଶତଃ ଅକାଳରେ ଦିବ୍ୟାଙ୍ଗ ହୋଇଯିବାରୁ ସାତ ଜନମ ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ସ୍ତ୍ରୀ ବି ଅଧା ରୁ ଛାଡ଼ି ଚାଲିଗଲା ବାପ ଘର। ଦୁଃଖ ସେତିକି ରେ ସରିଲା ନାହିଁ, ପୁଅର ଏପରି ଅବସ୍ଥା ହେବା ପରେ ବାପ ମଧ୍ୟ ହେଲେ ଦିବ୍ୟାଙ୍ଗ। ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ନିଜ ଜୀବନ ସହ ଏବେ ସଂଗ୍ରାମ କରୁଛନ୍ତି ପ୍ରଫୁଲ୍ଲ। Samaya live ଆଗରେ କୋହ ଭରା କଣ୍ଠ ରେ ନିଜ ଦୁଃଖ ଜଣାଇଛନ୍ତି ପ୍ରଫୁଲ୍ଲ। କଣ ପ୍ରଫୁଲ୍ଲ ଙ୍କୁ ମିଳିବ ନାହିଁ ସରକାରୀ ସହାୟତା?
V 1- ପୁରୀ ଜିଲ୍ଲା କାକଟପୁର ବ୍ଲକ ଲତା ହରଣ ପଞ୍ଚାୟତ ମଲିକ ସାହିର ପ୍ରଫୁଲ୍ଲ ମଲ୍ଲିକ। ବୟସ 37 । ବାହାର ରାଜ୍ୟରେ ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଥିଲେ। ସମୟ ର ଚକ୍ର ରେ ହଠାତ୍ ଦୁର୍ଘଟଣା ର ଶିକାର ହେଲେ ପ୍ରଫୁଲ୍ଲ। ମୁଣ୍ଡ ରେ ଶକ୍ତ ଆଘାତ ଲାଗିବା ଦ୍ବାରା ମୁଣ୍ଡ ହେଲା ଅପରେସନ। ଭଗବାନ ଙ୍କ ଆଶୀର୍ବାଦ ରୁ ମୁଣ୍ଡ ଭଲ ହେଲା କିନ୍ତୁ ନିୟତି ବୋଧେ ଅନ୍ୟ କିଛି ଚାହୁଁଥିଲା ଅକାମୀ କରିଦେଲା ପ୍ରଫୁଲ୍ଲ ଙ୍କ ପୁରା ଶରୀର। ଅତି କମ ବୟସ ରେ ଜୀବନ ଜିଇଁବା ଆରମ୍ଭ କରି ନଥିବା ପ୍ରଫୁଲ୍ଲ ଙ୍କ ଅବସ୍ଥା ଦେଖି ସାତ ଜନମ ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ସ୍ତ୍ରୀ ବି ଅଧା ରୁ ଛାଡ଼ି ଚାଲିଗଲା ବାପ ଘରକୁ। ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ଘରେ ପଡ଼ି ରହିଲେ ପ୍ରଫୁଲ୍ଲ। ଅନ୍ୟ ମାନଙ୍କୁ ମଗାଜଚା କରି କିଛି ଦିନ ଓଲଟପୁର ରେ ଚିକିତ୍ସିତ ହେଲେ ପ୍ରଫୁଲ୍ଲ। ଶରୀର ର 75% ଅଂଶ ଅକାମୀ ହୋଇଥିବାରୁ ଅଧିକ ଦିନ ର ଚିକିତ୍ସା ଆବଶ୍ୟକ ଥିବା ଡ଼ାକ୍ତର କହିବା ପରେ ଅର୍ଥ ର ଅଭାବ ରୁ ଅଧା ଚିକିତ୍ସା ରୁ ମେଡିକାଲ ଛାଡ଼ି ଚାଲି ଆସିଲେ ପ୍ରଫୁଲ୍ଲ। ଆଜକୁ ୫ ବର୍ଷ ଧରି ଜୀବନ ସହ ସଂଗ୍ରାମ କରୁଛନ୍ତି ପ୍ରଫୁଲ୍ଲ। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ପାଖେ ପହଞ୍ଚି ପାରିଲା ନାହିଁ କୌଣସି ସରକାରୀ ସହାୟତା। ଚିକିତ୍ସା କରାଗଲେ ସେ ଖୁବ୍ କମ୍ ଦିନରେ ଭଲ ହୋଇ ପୂର୍ବ ପରି ହୋଇଯିବେ ବୋଲି ମନରେ ଢେର୍ ଆଶା ରଖିଛନ୍ତି ପ୍ରଫୁଲ୍ଲ।
ପୁଅ ର ଏପରି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ଉଭୟ ବାପ ଓ ମା। ବାପ ର ଶରୀର ର କିଛି ଅଂଶ ଅକାମୀ ଥିବାରୁ ସେ ମଧ୍ୟ ରୋଜଗାର କ୍ଷମ ନୁହେଁ। ଅତି କଷ୍ଟ ରେ ପରିବାର ଚଳାଉଥିବା ମା ଯେ ଏତେ ଟଙ୍କା କୋଉଠୁ ଆଣିବେ ପୁଅ କୁ ରୋଗମୁକ୍ତ କରିବେ। ସରକାରୀ ସହାୟତା ଟିକେ ହେଲେ ପୁଅକୁ ଭଲ କରି ପାରନ୍ତେ ବୋଲି କହିଛନ୍ତି ବାପ ଓ ମା।

Comments are closed.