Odisha news

ବଡ ଖବର : ପିପିଲି ଇଲେକ୍ସନରେ ନିଜେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲିରେ ନିର୍ବାଚନ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ ପ୍ରତାପ ଦେବ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କେବେ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବେ ତାହା ସ୍ଥିର ହୋଇନାହିଁ। ତେବେ ନବୀନ ପଟ୍ଟନାୟକ କରୋନା କଟକଣା ଭିତରେ ପିପିଲିରେ ପ୍ରଚାର କରିବେ ବୋଲି କହିଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ।

ପିପିଲି ଉପନିର୍ବାଚନ ରଣନୀତି ନେଇ ଆଜି ବିଜେଡି ପକ୍ଷରୁ ହୋଇଥିବା ବୈଠକ ପରେ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି। ଏଣେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ପିପିଲିରେ ପ୍ରଚାର ଜୋର ସୋରରେ ଚାଲିଛି। ବିଜେଡି ପିପିଲିରେ ବାଜିମାତ କରିବ।

Nalco

Comments are closed.