Odisha news

ମାଟି ତଳୁ ଯୁବକର ଗଳିତଶବ ଉଧାର

0
କେନ୍ଦୁଝର : ଜାନୁଆରୀ୨୬ ତାରିଖରେ ଝୁମ୍ପୁରା ବ୍ଲକ ଧନୁର୍ଜୟ ପୁର ଗ୍ରାମର ଧିବର ସାହିର ଗୈାରାଙ୍ଗ ପାଢି ହଠାତ୍ ନିଖୋଜ ହୋଇଯାଇଥିଲେ। ନିଖୋଜ ଏକ ସପ୍ତାହ ପରେ ବାମେବାରୀ ଥାନା ଅଧିକାରୀ ମନୋରଞ୍ଜନ ବିଶି ତନାଘନା ତଦନ୍ତ କରି ବହୁ ଖୋଜାଖୋଜି ପରେ ଯୁବକଙ୍କ ମୃତଦେହକୁ ମାଟିତଳୁ ଉଧାର କରିବାରେ ସଫଳ ହୋଇଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି ଯୁବକଙ୍କୁ ହତ୍ୟା କରିବାପରେ ବୈତରଣୀ ନଦୀ କୂଳରେ ପୋତି ଦିଆଯାଇଥିଲା। ପୁଲିସ ନଦୀରୁ ବାଇକ୍ ଉଧାର କରିଛି। ଘଟଣାରୁ ଜଣାଯାଇଛି ପରିବାର ଲୋକେ ଖୋଜାଖୋଜି କରିବା ପରେ ଯୁବକଙ୍କ ସଦ୍ଧାନ ନପାଇବାରୁ ୨୯ ତାରିଖରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ରିଙ୍କୁ ଧିବର ନାମକଙ୍କ ଜଣେ ଯୁବକଙ୍କ ସହ ଗୈାରଙ୍ଗ ୨୬ ତାରିଖରେ ବାଇକରେ ବି-ପଲଟକୁ ଯାଇ ଆଉ ଘରକୁ ଫେରି ନଥିଲେ। ଅନ୍ୟପକ୍ଷରେ ରିଙ୍କୁ ଏବଂ ତାଙ୍କ ମା ଫେରାର ହୋଇଯବାରୁ  ପୁଲିସ ସନ୍ଦେହ ଯାତ ହୋଇଥିଲା। ତଦନ୍ତ ବେଳେ ଗୈାରାଙ୍ଗଙ୍କ ବାଇକ୍ ବୈତରଣୀ ନଦୀରେ ପଡ଼ିଥିବା ଏବଂ ତାଙ୍କ ମୃତଦେହ ନଦୀପଠାରେ ପୋତା ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ଗତକାଲି ଝୁମ୍ପୁରା ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତିରେ ପୁଲିସ ମାଟି ତଳୁ ଶବ ଉଦ୍ଧାର କରିବା ସହ ବାଇକ୍ ଜବତ କରିଥିଲା।
ଗୈାରାଙ୍ଗଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୨୧/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଗୈାରାଙ୍ଗ ସହ ବି-ପଲଟ୍କୁ ଯାଇଥିବା ରିଙ୍କୁ ଫେରାର ଥିବାରୁ ହତ୍ୟାର କାରଣ ଜଣାପଡ଼ି ନାହିଁ। ସଂଘବଦ୍ଧ ଭାବେ ଗୈାରାଙ୍ଗଙ୍କୁ ହତ୍ୟା କରାଯାଇଛି । ରିଙ୍କୁ ଗିରଫ ହେବାପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡି଼ବ ବୋଲି ବାମେବାରି ଥାନା ଅଧିକାରୀ ମନୋରଞ୍ଜନ ବିଶି ପ୍ରକାଶ କରିଛନ୍ତି। ଏହି ଘଟଣା ଘଟିବା ପରେ ଥାନା ଅଧିକାରୀ ଶ୍ରୀ ବିଶି ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ କରି ମୃତ ଯୁବକ ର ଗଳିତ ଶବକୁ ମାଟି ଭିତରୁ ଉଦ୍ଧାର କରିଥିବାରୁ କେନ୍ଦୁଝର ଏସ୍ ପି ଶ୍ରୀ ମିତ୍ରଘନ ମହାପାତ୍ର ସନ୍ତୋଷ ପ୍ରକାଶ କରିଛନ୍ତି।
Govt
Leave A Reply