ଭୁବନେଶ୍ୱର, ତା ୦୨.୧୦.୨୨ – ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ୍-୮ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର
ଅଧ୍ୟକ୍ଷା, କର୍ମକର୍ତ୍ତା ତଥା ସ୍କାଉଟ୍, ଗାଇଡ୍, ଏନ୍.ସି.ସି, ଜେ.ଆର୍.ସି ଓ ଏନ୍.ଏସ୍.ଏସ୍ ବିଭାଗର ଛାତ୍ରଛାତ୍ରୀମାନେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ
କରିଥିଲେ । ପରେ ସର୍ବଧର୍ମ ପ୍ରାର୍ଥନା ସଭାରେ ରାମଧୁନ୍ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ନିଜର ଭାଷଣରେ ଦୁଇ ମହାନ୍ ନେତାଙ୍କ ଗୁଣାବଳୀ ବର୍ଣ୍ଣନା
କରିଥିଲେ । ସତ୍ୟ, ଅହିଂସା, ଶାନ୍ତି ଓ ପ୍ରଗତି ଆଦି ଚାରି ଗୁଣକୁ ଗ୍ରହଣ କରି ଦେଶର ସୁନାଗରିକ ହେବା ପାଇଁ ଅଧ୍ୟକ୍ଷା ଈପ୍ସିତା ଦାସ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ
ଦେଇଥିଲେ ।