ଦଶପଲ୍ଲା : ଶନିବାର ଦିନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ପି ଏମ ପୋଷଣ ଯୋଜନା ରେ ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ପାଚିକା ତଥା ସହାୟିକା ମାନଙ୍କ ନିମନ୍ତେ ବ୍ଲକ ସ୍ତରୀୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ହରିଡ଼ାବାଡି ପ୍ରକଳ୍ପ ବିଦ୍ୟାଳୟ ର ପାଚିକା କୁନିଲତା ସାହୁ ପ୍ରଥମ ହୋଇଥିବା ବେଳେ ଦଶପଲ୍ଲା ଆଦର୍ଶ ବିଦ୍ୟାଳୟ ର ପାଚିକା ବିଜୟ ଲକ୍ଷ୍ମୀ ପାତ୍ର ଦ୍ୱିତୀୟ ଓ କନ୍ଧ ଅନ୍ଧରକୋଟ ପ୍ରକଳ୍ପ ବିଦ୍ୟାଳୟ ର ପାଚିକା ସୁଲୋଚନା ଯାନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗତ ୨୬,୨୭,ଓ ୩୦ ତାରିଖ ଦିନ ବିଭିନ୍ନ କ୍ଲସ୍ତର ରେ ଥିବା ବିଦ୍ୟାଳୟ ର ପାଚିକା ତଥା ସହାୟିକା ମାନଙ୍କୁ ନେଇ କ୍ଲସ୍ତର ସ୍ତରୀୟ ରନ୍ଧନ ପ୍ରତିଯୋଗିତା ୬ ଟି ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରେ ପ୍ରଥମ ହୋଇଥିବା ୬ ଜଣ ପାଚିକା କୁନିଲତା ସାହୁ,ସୁଲଚନା ଯାନୀ,ପଦ୍ମ।ବତୀ ନାଏକ,ବିଜୟ ଲକ୍ଷ୍ମୀ ପାତ୍ର,ପ୍ରମୋଦିନି ମହାକୁଡ଼,ଶ୍ରଦ୍ଧାଞ୍ଜଳି ସାହୁ ଙ୍କ ମଧ୍ୟରେ ବ୍ଲକ ସ୍ତରୀୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହିଇଥିଲା ଏଥିରେ ପ୍ରଥମ ହିଇଥିବା କୁନିଲତା ଙ୍କୁ ପ୍ରମାଣ ପତ୍ର ସହ ୫ ଶହ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ହୋଇଥିବା ବିଜୟ ଲକ୍ଷ୍ମୀ ପାତ୍ର ଙ୍କୁ ପ୍ରମାଣପତ୍ର ସହ ୩ ସହ ଟଙ୍କା ଓ ତୃତୀୟ ହୋଇଥିବା ସୁଲୋଚନା ଯାନୀ ଙ୍କୁ ୨ଶହ ଟଙ୍କା ସହ ପ୍ରମାଣପତ୍ର ଦିଆଯାଇଥିଲା । ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ ଏହି ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏ ବି ଓ ରାଜେନ୍ଦ୍ର ପ୍ରସାଦ ଖଟେଇ ,,ଏ ବି ଓ ଗୋପବନ୍ଧୁ ଦେହୁରୀ, ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଙ୍କ ସହ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
