ଦଶପଲ୍ଲା୨୮/୬ : ଦଶପଲ୍ଲା ବ୍ଲକ କୁଳୁରୁକୁମ୍ପା ଡାକଘର ପରିସରରେ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ମେଳାରେ ଅତିଥିଭାବେ ଦଶପଲ୍ଲା ପୋଷ୍ଟାଲ ଇନ୍ସପେକ୍ଟର ଦିନେସ, ଡିଓ ନୟାଗଡ଼ ଦାଶରଥି ପରିଡା, ଏସ୍ପିଓ ନୟାଗଡ଼ ଖଗେଶ୍ୱର ମଲ୍ଲିକ,ଆଇ ପିପି ମ୍ୟାନେଜର ପ୍ରିୟରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ପୋଷ୍ଟ ଅଫିସ ଓ ପୋଷ୍ଟ ଅଫିସ ରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଇ ଥିଲେ । ସୁକନ୍ୟା ସମୃଦ୍ଧି ଯୋଜନା, ପି ଏ ମ କିଷାନ ଯୋଜନା, ଫସଲ ବୀମା ଯୋଜନା, ସୁଭଦ୍ରା ଯୋଜନା ଆଦି କାର୍ଯ୍ୟକାରୀ ହେଉଥିବା ବେଳେ ଜନସାଧାରଣ ପୋଷ୍ଟ ଅଫସ ରେ ଖାତା ଖୋଲିବା ପାଇଁ ସଚେତନ କରାଇ ଥିଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ମୂଳ ଲକ୍ଷ ହେଲା ଗ୍ରାମାଞ୍ଚଳ ଲୋକ ମାନେ କିପରି ପୋଷ୍ଟ ଅଫିସ ଦ୍ୱାରା ସୁବିଧା ପାଇ ପାରିବେ ଓ କେନ୍ଦ୍ର ସରକାର ଙ୍କ ଲକ୍ଷ ସଫଳ ହେବ ସେ ନେଇ ସାଂସଦ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ନିଜର ବକ୍ତବ୍ୟ ରଖିଥିଲେ । ଏହାସହ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ପୋଷ୍ଟ ଅଫିସ ଗୁଡିକ ପୁନଃ କାର୍ଯ୍ୟକ୍ଷମ ହୋଇ ପାରିଛି ବୋଲି ଶ୍ରୀ ଦଳବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।