ଦଶପଲ୍ଲା : ଶୁକ୍ରବାର ଦିନ ଦଶପଲ୍ଲା ବ୍ଲକ ସଭା ଗୃହ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ଏମ ଜି ଏନ ଆର ଇ ଜି ଏସ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ,ଡେପୁଟି କଲେକ୍ଟର ପ୍ରଭାତୀ ମହାରଣା,ଆମ୍ବୟୁସ ମ୍ୟାନ ଗିରିସ ଚନ୍ଦ୍ର ଦାସ,ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି, ଆସିଷ୍ଟାଣ୍ଟ ଇଂଜିନିୟର ଆଦିତ୍ୟ କୁମାର ଜେନା, ଜିଲ୍ଲାପରିଷଦ ବସନ୍ତ ପ୍ରଧାନ,ଏପିଓ ମଧୁସ୍ମିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଏହି ଜନ ଶୁଣାଣି କରିଥିଲେ । ୨୦୨୩-୨୪ ବର୍ଷ ରେ ଦଶପଲ୍ଲା ବ୍ଲକ ରେ ୧୭୬୭୬ ଜବ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଏଥି ମଧ୍ୟରେ ଅନୁସୂଚିତ ଜାତି ର ୩୨୨୫ ଜଣ,ଅନୁସୂଚିତ ଉପଜାତି ର ୪୪୭୧ ଜଣ ଓ ଅନ୍ୟାନ୍ୟ ବର୍ଗ ର ୯୯୮୦ ଜଣଙ୍କୁ ଜବ କାର୍ଡ ପ୍ରଦାନ କରାଯାଇଛି । ସମୁଦାୟ ୧୯୦୬୧ ଜଣ ଆକ୍ଟିଭ ଶ୍ରମିକ ଥିବା ବେଳେ ୮୦୨୮ ପରିବାର ର ୧୩୨୪୨ ଜଣ ଏମ ଜି ଏନ ଆର ଜି ଏସ ରେ କାମ ଦାବି କରିଛନ୍ତି । ଏଥି ମଧ୍ୟରୁ ୭୬୮୮ ଜଣ ଙ୍କୁ କାମ ଯୋଗାଇ ଦିଆଯାଇଥିବା ବ୍ଲକ ରିପୋର୍ଟ ରେ ଦର୍ଶା ଯାଇଛି । ସମୁଦାୟ ୨୮୫ ପରିବାର ୧୦୦ ଦିନର କାମ ସମ୍ପୂର୍ଣ କରିଥିବା ବେଳେ ୮୮୫ .୭୫ ଲକ୍ଷ ଟଙ୍କା ଖର୍ଚ ହୋଇଛି । ଗତବର୍ଷ ଓ ଚଳିତ ବର୍ଷ ର ୮୨୮ ଟି ପ୍ରକଳ୍ପ ଶେଷ ହୋଇଥିବା ରିପୋର୍ଟ ରେ ଦର୍ଶା ଯାଇଛି । ସେହିପରି ୧୪୯୨ ଟି ପ୍ରୋଜେକ୍ଟ ର କାମ ଜାରି ରହିଥିବା ରିପୋର୍ଟ ରେ ଦର୍ଶା ଯାଇଛି । ମାତ୍ର ଏମ ଜି ଏନ ଆର ଜି ଏସ ରେ ସଠିକ ଭାବେ କାର୍ଯ୍ୟ ହେଉ ନଥିବା ବେଳେ ଗୋଟିଏ କାର୍ଯ୍ୟକୁ ଦୁଇ ଦୁଇ ଥର ଦେଖାଇ ଅର୍ଥ ଲୁଟ କରାଯାଉଥିବା ଅଭିଯୋଗ ହୋଇଥିଲା । ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏମ ଜି ଏନ ଆର ଜି ଏସ ରେ ହେଉଥିବା ପ୍ରକଳ୍ପ ଗୁଡିକ ରେ ସୂଚନା ସ୍ତମ୍ବ ନଥିବା ବେଳେ ଏଥିରେ ଅର୍ଥ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହ ୧୮ ଟି ପ୍ରକଳ୍ପ ର ଏ ଟି ଆର ଦିଆଯାଇ ନଥିବା ଜଣା ପଡିଥିଲା ଏପରିକି ଜନ ଶୁଣାଣି ଶିବିରରେ ଉପସ୍ଥିତ ଥିବା ଅଧିକାରୀ ଦୀପ୍ତିମୟୀ ଙ୍କୁ ହଟହଟା ହେବାକୁ ପଡିଥିଲା । ସେହିପରି ଏହି ଶିବିର ରେ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ନଥିନାରୁ ଉପସ୍ଥିତ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟ ପାର୍ଶ୍ଵରେ ଉପସ୍ଥିତ ଥିବା ବିଭନ୍ନ ବିଭାଗ ର ଅଧିକାରୀ ମାନେ ସେମା ନ ଙ୍କ ସଠିକ ରିପୋର୍ଟ ଦେଇ ପାରି ନଥଲେ । ଏପରିକି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସଠିକ ଉତର ଦେଇ ପାରି ନଥିଲେ ଉପସ୍ଥିତ ଅଧିକାରୀ ମାନେ । ଯାହାକୁ ନେଇ ଜନ ଶୁଣାଣି କରିବା ପାଇଁ ଆସିଥିବା ଉଚ୍ଚପଦସ୍ଥ ଅଧୋକାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥଲା । ଶେଷରେ ଏପିଓ ଶ୍ରୀମତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
