ଦଶପଲ୍ଲା୧/୮ : ଗୁରୁବାର ଦିନ ଦଶପଲ୍ଲା ଏନ ଏ ସି ସଭାଗୃହ ମଧ୍ୟରେ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟତ୍ୱରେ ଥିବା ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ଏଇଂ ଅଶୋକ କୁମାର ଦଲାବେହେରା, ଓ ସମସ୍ତ କାଉନସିଲର ଙ୍କ ସହ ଦଶପଲ୍ଲା ଏନ ଏ ସି ମଧ୍ୟରେ ଯାଉଥିବା ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ, ଓ ଦାୟତ୍ୱରେ ଥିବା ବିଦ୍ୟାଳୟ ର ଶିକ୍ଷକ ,ପୋଲିସ, ଅଗ୍ନିଶମ ବିଭାଗ ଅଧିକାରୀ ଆଦି ଯୋଗ ଦେଇଥିଲେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ୭୭ ତମ ସ୍ବାଧୀନତା ଦିବସ ପାଳନ କରାଯିବ । ସ୍ଥାନୀୟ ନେତାଜୀ ମୈଦାନ ଠାରେ ମିଳିତ ପ୍ୟାରେଡ଼ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଚଳିତ ବର୍ଷ ମିଳିତ ପ୍ୟାରେଡ଼ ସହ ପ୍ରଂଜ୍ଞାନ ମେଢ ଦେଖିବାକୁ ମିଳିବ । ଏହାସହ ପୂର୍ବ ବର୍ଷ ପରି ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଓ ଦଶମ, ଦ୍ଵାଦଶ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ । ଏ ନେଇ ଏନ ଏ ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଦଶପଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।