ଦଶପଲ୍ଲା ୨୬/୪ : ଚଳିତବର୍ଷ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଧୁମ ଧାମ ରେ ପାଳିତ ହେଉଥିବା ବେଳେ ଲୋକମାନଙ୍କ ଗହଳି ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯାତ୍ରାପାଇଁ ବାହାର ଅଂଚଳ ର ବିଭିନ୍ନ ଦୋକାନବଜ଼ାର ବଢି ଚାଲିଥିବା ବେଳେ ରାମ ଦୋଳି ଠାରୁ ମିନା ବଜ଼ାର ପର୍ଯ୍ୟନ୍ତ ଗହଳି ଲାଗିରହିଛି । ସେହିପରି ମୁଖ୍ୟମଞ୍ଚରେ ରାମାୟଣ ନାଟକ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳୁଛି । ପରମ୍ପରା ଅନୁଯାୟୀ ପଞ୍ଚବଟି ରୁ ସୀତା ଅପହରଣ ପରେ ପଡୁଥିବା ଗୁରୁବାର ଦିନ ମୁଖ୍ୟମଞ୍ଚ ରେ ରାମାୟଣ ନାଟକ ବନ୍ଦ ରହିଥାଏ । ଏଣୁ ଯାତ୍ରାର ନବମ ଦିବସ ରେ ରାମ ନାଟକ ବନ୍ଦ ରହିଥିଲା । ଯାତ୍ରା ର ଦଶମ ଦିବସ ରେ ମୁଖ୍ୟମଞ୍ଚରେ ଶ୍ରୀରାମ ବିଳାପ ଓ ଶବରୀ ମୋକ୍ଷ ନାଟକ ମଂଚସ୍ଥ ହୋଇଯାଇଛି । ମାୟାବୀ ରାବଣ ସୀତା ଅପହରଣ କରି ନେବାପରେ ମାୟା ମୃଗ ପଛରେ ଯାଇଥିବା ଶ୍ରୀରାମ ଙ୍କ ସହ ଅରଣ୍ୟ ମଧ୍ୟରେ ଲକ୍ଷ୍ମଣ ଙ୍କ ସହ ଦେଖାହୁଏ । ଲକ୍ଷ୍ମଣ ଙ୍କ ଠାରୁ ସବୁକଥା ଶୁଣି ଶ୍ରୀରାମ ଓ ଲକ୍ଷ୍ମଣ ପୂର୍ଣ କୁଟୀର କୁ ଫେରନ୍ତି । ପୂର୍ଣ କୁଟୀର ରେ ସୀତାଙ୍କୁ ନପାଇ ଶୋକାତୁର ହୋଇ ପଡନ୍ତି । ଏଭଳି ଶୋକାତୁର ହୋଇ ବନଗମନ କଲାବେଳେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ପକ୍ଷୀରାଜ ଜଟାୟୁ କୁ ଦେଖନ୍ତି । ଜଟାୟୁ ସୀତାହରଣ ଖବର ଦେଇ ଦେହତ୍ୟାଗ କରେ । ଜଟାୟୁ କୁ ଶ୍ରୀରାମ ନିଜର ମୈତ୍ର ପିତା ମନେକରି ତାହାର ଦେହ ସଂସ୍କାର କରି ଆଗକୁ ବଢନ୍ତି । ଏହି ସମୟ ରେ କବନ୍ଧସୁର ଶ୍ରୀରାମ ଓ ଲକ୍ଷ୍ମଣ ଙ୍କୁ ଖାଇବା ପାଇଁ ନିଜର ଦୁଇହାତ ପ୍ରଶସ୍ତ କରି ରାମ ଓ ଲକ୍ଷ୍ମଣ ଙ୍କୁ ଧରିନିଏ । ପରେ ଶ୍ରୀରାମ ଓ ଲକ୍ଷ୍ମଣ ତାର ଦୁଇ ବାହୁ କାଟି ଦେବାରୁ ତାର ମୃତ୍ୟୁ ହୁଏ ଏବଂ ସେ ମୋକ୍ଷ ପ୍ରାପ୍ତି ହୁଏ । ମାତ୍ର କବନ୍ଧ ଅସୁର ମୃତ୍ୟୁ ପୂର୍ବରୁ ରାବଣ ସୀତା ଙ୍କୁ ହରଣ କରି ନେଇଥିବା ସମ୍ପର୍କ ରେ ଶ୍ରୀରାମ ଓ ଲକ୍ଷ୍ମଣ ଙ୍କୁ ସବୁକଥା କହି ଆଗରେ ତପସ୍ୱୀ ଶବରୀ ଠାରୁ ସମସ୍ତ ଖବର ପାଇପାରିବେ କହି ସେ ଚାଲିଯାଏ । ପରେ ଶ୍ରୀରାମ ଓ ଲକ୍ଷ୍ମଣ ମାତଙ୍ଗ ମହର୍ଷି ଙ୍କ ଆଶ୍ରମ କୁ ଯାଇ ତପସ୍ୱୀ ଶବରୀ ସହ ସାକ୍ଷାତ ହୁଏ । ଶବରୀ ଗୁରୁଙ୍କ ଆଦେଶ ମାନି ବହୁକାଳରୁ ଶ୍ରୀରାମ ଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲା । ସେ ଶ୍ରୀରାମ ଙ୍କୁ ଦେଖି ପ୍ରଥମେ ପକ୍ଵଫଳ ଚାଖି ଶ୍ରୀରାମ ଙ୍କୁ ଖାଇବାକୁ ଦେଉଥିଲା । ମାତ୍ର ସୁନ୍ଦର ଫଳ କୁ ନ ଚାଖି ତପସ୍ୱୀ ସନାରୀ ଶ୍ରୀରାମ ଙ୍କୁ ଦେବାରୁ ସେ ଗ୍ରହଣ କରିନଥିଲେ । ପରେ ଶବରୀ ସୀତାହରଣ ର ସମସ୍ତ ବୃତାନ୍ତ ବର୍ଣନା କରେ । ଆଗକୁ ଗଲେ କିଷ୍କିନ୍ଦା ନଗରୀ ର ରୁଶ୍ୟ ମୁକ ପର୍ବତ ରେ ସୁଗ୍ରୀବ ଓ ତାଙ୍କ ସେନାଙ୍କ ସହ ସାକ୍ଷାତ ହେବ କହି ଶବରୀ ନିଜେ ଶରୀର ତ୍ୟାଗ କରି ମୁକ୍ତି ହୁଏ । ଏଭଳି ନାଟକ କରୁଣ ରସ ଓ ଭକ୍ତି ରସ ରେ ପରିପୂର୍ଣ ଥିବାବେଳେ ଉପସ୍ଥିତ ଦର୍ଶକ ଙ୍କ ମଧ୍ୟରେ କରୁଣ ଭାବ ସୃଷ୍ଟି କରିଥିଲା ।