Odisha news

ପୁଣି ନିର୍ବାଚନ ମୈଦାନ ରେ ଡ଼ଃ ଅଚ୍ୟୁତ ସାମନ୍ତ ଓ ରମେଶ ବେହେରା 

0
ଦଶପଲ୍ଲା୨୭/୩ : ଚଳିତ ଲୋକସଭା ଓ ବିଧାନ ସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାଥି ତାଲିକା ଘୋଷଣା ରେ ପୁଣି ଥରେ ବିଜେଡି ରୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ବିଜେଡି ପକ୍ଷରୁ ଦଶପଲ୍ଲା ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।  ବିଜେଡି ପକ୍ଷରୁ ଉଭୟ ନେତା ଙ୍କ ନାମ ଘୋଷଣା କରାଯିବା ପରେ ଦଶପଲ୍ଲା ରେ ବିଜେଡି କର୍ମୀ ଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି । ବିଜେଡି କର୍ମୀମାନେ ଫୁଲ ତୋଡା ଦେଇ ଉଭୟ ନେତା ଙ୍କୁ ସ୍ୱାଗତ କରିଥିବା ବେଳେ  ବାଣଫୁଟାଇ  ଉତ୍ସବ ପାଳନ କରିଥିଲେ । ଉଭୟ ନେତା ଙ୍କୁ କର୍ମୀ ମାନେ ମେଳିଆତୋଟା ଠାରୁ ସ୍ୱାଗତ କରିବା ସହ ଏକ ଶୋଭାଯାତ୍ରାରେ ସହରପରିକ୍ରମା କରି ମହାବୀର ମନ୍ଦିର ଠାରେ ପହଞ୍ଚିଥିଲେ । ପରେ ଉଭୟ ନେତା ମହାବୀର ଙ୍କ ଆଶୀର୍ବାଦ ନେବା ପରେ ବିଜେଡି କାର୍ଯ୍ୟାଳୟ ରେ ପହଞ୍ଚିଥିଲେ ।
Ad2
Leave A Reply