Odisha news

ଜମି ଅଧିଗ୍ରହଣ ପରେ ମିଳୁନି ଅର୍ଥ : ଆନ୍ଦୋଳନକାରୀଙ୍କୁ ଧୋକା ଦେଲେ ଭୂ-ଅର୍ଜନ ମଣ୍ଡଳ ଅଧିକାରୀ

0

ଦଶପଲ୍ଲା୨୮/୪ : ଜମି ଅଧିଗ୍ରହଣ ପରେ ମିଳୁନି ଅର୍ଥ। ଏହାକୁ ନେଇ ଦଶପଲ୍ଲା ବ୍ଲକ ବୁଗୁଡା କଲୋନୀ ନିକଟରେ ଚାଲିଛି ଆନ୍ଦୋଳନ । ଆନ୍ଦୋଳନ କାରୀ ମାନେ ସେମାନଙ୍କ ଧାରଣା ଜାରି ରଖିଥିବା ବେଳେ ଏହି ଆନ୍ଦୋଳନ ୨୪ ଦିନରେ ପହଂଚିଛି । ଏହି ୨୪ ଦିନ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଦାୟିତ୍ୱରେ ଥିବା ଭୂ-ଅର୍ଜନ ମଣ୍ଡଳ ଅଧିକାରୀ ଆନ୍ଦୋଳନକାରୀ ମାନଙ୍କୁ ନୋଟିସ କରିଛନ୍ତି। ୨୮ ତାରିଖ ଦିନ ନୟାଗଡ ଠାରେ ଥିବା ଭୂ-ଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ପାଇଁ ଏହି ନୋଟିସରେ ନିର୍ଦ୍ଦେଶ ହୋଇଥିଲା। ନୋଟିସ ପାଇବା ପରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିଲା। ଜମି ଅଧିଗ୍ରହଣରେ ଯାଉଥିବା ଜମି ବାବଦରେ କିଛି ଅର୍ଥ ପାଇବା ଆଶାରେ ଆନ୍ଦୋଳନକାରୀ ମାନେ ଗୁରୁବାର (୨୮ ତାରିଖ) ଦିନ ନୟାଗଡ ସ୍ଥିତ ଭୂ-ଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ମାତ୍ର ଆନ୍ଦୋଳନକାରୀଙ୍କ ଆନନ୍ଦ ନିରାଶରେ ପରିଣତ ହୋଇଥିଲା।

ଭୂ-ଅର୍ଜନ ମଣ୍ଡଳ ଅଧିକାରୀ ଆନ୍ଦୋଳନକରୀ ମାନଙ୍କ ସମସ୍ୟା ଶୁଣିବା ଓ ସେମାନଙ୍କ ଦସ୍ତାବିଜ ଦେଖିବା ପୂର୍ବରୁ ଜମି ଅଧିଗ୍ରହଣ ବାବଦରେ କୌଣସି ଅର୍ଥ ମିଳିବ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ। ଯାହାକି ଆନ୍ଦୋଳନକାରୀ ମାନଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଭୂ-ଅର୍ଜନ ମଣ୍ଡଳ ଅଧିକାରୀ ଆନ୍ଦୋଳନକାରୀ ମାନଙ୍କୁ କହିଥିଲେ ଯେ ଏ ସଂପର୍କରେ ତମେ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କ ସହ ଆଲୋଚନା କର ମୋର ଏହା କ୍ଷମତା ବାହାରେ ବୋଲି ସିଧା ସିଧା ଭୂ-ଅର୍ଜନ ମଣ୍ଡଳ ଅଧିକାରୀ ଆନ୍ଦୋଳନକାରୀ ମାନଙ୍କୁ କହିବା ପରେ ଆନନ୍ଦିତ ହୋଇ ଭୂ-ଅର୍ଜନ ମଣ୍ଡଳ ଅଧିକାରୀଙ୍କ ପାଖକୁ ଯାଇଥିବା ଆନ୍ଦୋଳନକାରୀ ମାନେ ନିରାଶ ହୋଇ ଫେରିଥିଲେ। ପରେ ଆନ୍ଦୋଳନକାରୀମାନେ ନିଜଗାଁ କୁ ଫେରି ସନ୍ଧ୍ୟା ସମୟରେ ଏକସଭା କରିଥିଲେ। ଯେଉଁଥିରେ କି ଆନ୍ଦୋଳନକାରୀମାନେ ଆନ୍ଦୋଳନ କୁ ଜୋରଦାର କରିବା ସହ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ମାନଙ୍କ ସହ ଧାରଣା ଦେବେ ବୋଲି ସଭାରେ ନିଷ୍ପତି ହୋଇଥିବା ଜଣାପଡିଛି। ସୂଚନଯୋଗ୍ୟ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥ ପାଇଁ ଦଶପଲ୍ଲା ରେ ଜମି ଅଧିଗ୍ରହଣ ସହ ରେଳ ଲାଇନ କାମ ଆଗେଇ ଚାଲିଥିବାବେଳେ ଏହି ଜମି ଅଧିଗ୍ରହଣ ଓ ଅର୍ଥ ପ୍ରଦାନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ଆଗକୁ ଆନ୍ଦୋଳନକାରୀ ମାନଙ୍କ ଆନ୍ଦୋଳନ ର ରୂପ କଣ ନେଉଛି ଓ ଏହା ଉପରେ ପ୍ରଶାସନର ପଦକ୍ଷେପ କଣ ରହୁଛି ତାହା ଦେଖିବାକୁ ବାକି ରହିଚି।

Leave A Reply