ଦଶପଲ୍ଲା : ଚଳିତ ବର୍ଷ ଲଙ୍କପୋଡି ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ଯାତ୍ରାର ୧୫ ତମ ଦିବସରେ ରାବଣ ବଧ ଅନୁଷ୍ଠିତ ହେଇଯାଇଛି। ରାମାୟଣ କଥା ବସ୍ତୁ ଅନୁସାରେ କୁମ୍ଭକର୍ଣ୍ଣ ବଧ ପରେ ରାବଣ ମର୍ମାହତ ହେଇଛି। ଏହି ସମୟରେ ରାବଣ ପୁତ୍ର ଇନ୍ଦ୍ରଜିତ ରାମ ଓ ଲକ୍ଷ୍ମଣଙ୍କୁ ପରାସ୍ତ କରିବା ପାଇଁ ନିକୁମ୍ଭିକା ବଟ ଠାରେ ଗୁପ୍ତ ଯଜ୍ଞ ଆରମ୍ଭ କରେ। ବିଭୀଷଣ ଜାଣିପାରି ରାମ-ଲକ୍ଷ୍ମଣ ଙ୍କୁ ବାନର ସେନା ଧରି ଲକ୍ଷ୍ମଣ ଓ ବିଭୀଷଣ ଇନ୍ଦ୍ରଜିତ ର ଯଜ୍ଞ ଭଙ୍ଗ କରନ୍ତି। ଉତକ୍ଷିପ୍ତ ଇନ୍ଦ୍ରଜିତ ଙ୍କ ସହ ଲକ୍ଷ୍ମଣ ଙ୍କ ଯୁଦ୍ଧ ହୁଏ ଓ ଇନ୍ଦ୍ରଜିତ ଙ୍କ ବଧ ହୁଏ। ଏହା ପରେ ରାବଣ ଯୁଦ୍ଧ କରିବା ପାଇଁ ଆସେ। ଏକ ଘନୀ ଅସ୍ତ୍ର ପ୍ରୟୋଗରେ ଲକ୍ଷ୍ମଣ ଙ୍କ ଶକ୍ତି ଭେଦ କରାଏ । ହନୁମାନ ବିଶଲ୍ୟକରଣୀ ବୃକ୍ଷ ଚିହ୍ନି ନ ପାରି ଗନ୍ଧମାର୍ଦ୍ଦନର ଗୋଟିଏ ଶୃଙ୍ଗକୁ ଭାଙ୍ଗି ଉଠାଇ ନେଇ ଆଣନ୍ତି। ଅଯୋଧ୍ୟା ଉପର ଦେଇ ହନୁମାନ ଆସିଲା ବେଳେ ଭରତଙ୍କ ବାଟୁଲିରେ ସେ ଭୁଲରେ ଖସି ପଡ଼ିଥିଲେ।
ପରେ ହନୁମାନ ସୂର୍ଯ୍ୟ ଉଦୟ ପୂର୍ବରୁ ଗନ୍ଧମାର୍ଦନ କୁ ଧରି ଲକ୍ଷ୍ମଣ ଙ୍କ ନିକଟର ପହଁଞ୍ଚନ୍ତି। ସୁସେନ ଙ୍କ ବିଶଲ୍ୟକରଣୀ ଲେପନରେ ଲକ୍ଷ୍ମଣ ସୁସ୍ଥ ହୁଅନ୍ତି। ଏ କଥା ଜାଣି ରାବଣର ଶେଷ ପୁତ୍ର ଠୁଳଜଙ୍ଘ ଯୁଦ୍ଧ କୁ ଆସେ ଓ ରାମଙ୍କ ହାତରେ ନିହତ ହୁଏ। ଶେଷରେ ରାବଣ ପୁଷ୍ପକ ଜାନରେ ଆସି ରାମ-ଲକ୍ଷ୍ମଣ ଙ୍କ ସହ ଭୟଙ୍କର ମାୟା ଯୁଦ୍ଧ ଆରମ୍ଭ କରେ। ଶେଷରେ ପ୍ରଭୁ ଶ୍ରୀ ରାମଙ୍କ ବ୍ରହ୍ମ ଅସ୍ତ୍ର ରେ ରାବଣଙ୍କୁ ବଧ କରନ୍ତି। ପରେ ବିଭିଷଣକ ରଜ୍ୟଭିଶେକ ଓ ସୀତାଙ୍କ ଅଗ୍ନି ପରୀକ୍ଷା ପରେ ଲକ୍ଷ୍ମଣ ସୀତା ଓ ବାନର ସେନା ଙ୍କୁ ଧରି ଶ୍ରୀ ରାମ ପୁଷ୍ପକ ଯାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି। ରାମ-ରାବଣ ଯୁଦ୍ଧ ବେଶ ମନ ମୁଗ୍ଧକର ହୋଇଥିଲା। ରଥ ଉପରେ ରାମ-ଲକ୍ଷ୍ମଣ ଓ କାଠ ନିର୍ମିତ ଚାଳନ କ୍ଷମ ରାବଣ ମଧ୍ୟରେ ଏକ କିଲୋମିଟର ବ୍ୟାପି ଯୁଦ୍ଧ ଦେଖିବାକୁ ବହୁ ଜନ ସମାଗମ ହୋଇଥିଲା। ରାବଣ ବଦ୍ଧ ପରେ ଅତାସ ବାଜିରେ ପ୍ରକମ୍ପିତ ହୋଇ ଉଠିଥିଲା ଗାନ୍ଧୀ ମଇଦାନ। ଶାନ୍ତିଶୃଙ୍ଖଳା ସହ ରାବଣ ବଦ୍ଧ ଶେଷ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।