ଦଶପଲ୍ଲା ୨୫/୭ : ମଣିପୁର ଦଙ୍ଗା ଓ ମହିଳାଙ୍କ ପ୍ରତି ଅମାନୁଷିକ ବିଭତ୍ସ ଅତ୍ୟାଚାର ବିରୁଦ୍ଧରେ ଦଶପଲ୍ଲା ବ୍ଲକ୍ ଅଫିସ୍ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ,ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୂର ୟୁନୀୟନ୍ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ ପକ୍ଷରୁ ଏକ ମିଳିତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ଦଙ୍ଗା ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ମଣିପୁରରେ ଥିବା ଭାରତୀୟ ଜନତା ପାର୍ଟି ସରକାର ର ବିଫଳତା ଫଳରେ ଶତାଧିକ ଲୋକ ଙ୍କ ହତ୍ୟା, ହଜାର ହଜାର ଗୃହ ଦାହ ତଥା ମହିଲଙ୍କୁ ଅ ମନୁ ସିକ ଭାବରେ ଧର୍ଷଣ ଓ ହତ୍ୟା କାଣ୍ଡ ମାନ ଘଟିଚଳିଛି।ଏଥିନିମନ୍ତେ ଦାୟୀ ଉଭୟ ସରକାର ଙ୍କ ଇସ୍ଥାଫା ଦାବି କରାଯାଇଥିଲା ଏବଂ ତୁରନ୍ତ ସନ୍ତିଫରାଇ ଆଣିବାକୁ ନିବେଦନ କରାଯାଇଥିଲା। ଦଙ୍ଗା ପ୍ରପୀଡ଼ିତ ଜନଗଣଙ୍କ ପ୍ରତି ସଂହତି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ତଥା ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା କୃଷକ ନେତା ବ୍ରକ ବନ୍ଧୁ ପ୍ରଧାନ, ଯୁବନେତା ବିପିନ କୁମାର ବାଜୁ ଓ ଶୁଶାନ୍ତ ନାଏକ ପ୍ରମୁଖ। ନେତୃତ୍ୱ ନେଇଥିଲେ ଓ ବକ୍ତବ୍ୟ ପ୍ରଦାନ କରିଥିଲେ।
