ନୃତ୍ୟ ବା ଡ୍ୟାନ୍ସ ସମସ୍ତଙ୍କର ଖୁବ ପ୍ରିୟ ଅଟେ l ନୃତ୍ୟ କରିବାକୁ କିଛି ଲୋକେ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକ ନୃତ୍ୟ ଦେଖିବାକୁ ଖୁବ ପସନ୍ଦ କରନ୍ତି l କିନ୍ତୁ ମନୋବିଜ୍ଞାନୀ ବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଗୋରିଏ ଦିନରେ ମାତ୍ର ୧୫-୨୦ ମିନିଟ ନୃତ୍ୟ କରିବା ଦ୍ୱାରା ମିଳିଥାଏ ଚମତ୍କାର ଲାଭ l ଆମେରିକା ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କିଛି ବ୍ୟକ୍ତି ଙ୍କୁ ସାମିଲ କରାଯାଇ ଥିଲା l
– ପ୍ରତିଦିନ ଯଦି ଆପଣ ୧୫-୨୦ ମିନିଟ ନୃତ୍ୟ କରିବେ ତେବେ ଆପଣଙ୍କ ଷ୍ଟ୍ରେସ ଦୂର ହେବ l ଏହି ଅଧ୍ୟୟନ ରେ ଯେଉଁ ବ୍ୟକ୍ତିମାନେ ଏକ୍ସାଇଟମେଣ୍ଟ ରେ ନୃତ୍ୟ କରିଥିଲେ ସେମାନଙ୍କ୍ ନିକଟରେ ଡିପ୍ରେସନ ର ଲକ୍ଷଣ ଆଦୌ ଦେଖିବାକୁ ମିଳି ନଥିଲା l
– ଡ୍ୟାନ୍ସ କରିବା ଦ୍ୱାରା ବ୍ରେନ ହେଲଥ ଠିକ ରହିଥାଏ ଓ ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ l ଡିମେନ୍ସିଆ ର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ନୃତ୍ୟ ଦ୍ୱାରା ଦୂର ହୋଇଥାଏ l
– ନୃତ୍ୟ କରିବା ଦ୍ୱାରା ଶରୀର ଫ୍ଲେକ୍ସିବୁଲ ହୋଇଥାଏ l ଏହାଛଡା ମାଂସ ପେଶୀ ରେ କୌଣସି ଅସୁବିଧା ଦେଖା ଯାଇ ନଥାଏ ଓ ଶାରୀରିକ ଦୃଷ୍ଟିରୁ ଆପଣ ଠିକ ରହିବେ l
– ପ୍ରତିଦିନ ୨୦ ମିନିଟ ଡାନ୍ସ କରିବା ଦ୍ୱାରା ଶରୀର ଏନର୍ଜେଟିକ ହୋଇଥାଏ ଓ ଶରୀର ରେ ବ୍ଲଡ଼ ସର୍କୁଲେସନ ଠିକ ଭାବରେ ହୋଇଥାଏ l ଡାନ୍ସ କରିବା ସମୟରେ ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ଠିକ ରେ ମୁଭ କରିଥାଏ ଓ ଯେଉଁ କାରଣରୁ ବ୍ଲଡ଼ ସର୍କୁଲେସନ ଠିକ ଭାବରେ ହୋଇଥାଏ ଓ ଶରୀର ର ସମସ୍ତ ଅଙ୍ଗ କୁ ଆକ୍ସିଜେନ ସ୍ୱପ୍ଲାଏ ହୋଇଥାଏ l
– ଓଜନ ହ୍ରାସ ପାଇଁ ନୃତ୍ୟ ବା ଡାନ୍ସ ଗୋଟିଏ ଭଲ ମାଧ୍ୟମ l ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ୨୦-୩୦ ମିନିଟ ନୃତ୍ୟ ନିହାତି କରନ୍ତୁ l
