Odisha news

ଶିଳ୍ପସଂସ୍ଥା ଓ ଜିଲ୍ଲା ପ୍ରଶାସନକୁ ନେଇ ସିଏସଆର ସମିକ୍ଷା ବୈଠକ 

0
ଦାନଗଦି, ତା ୩୧/୧୦  : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇ° ପ୍ରିତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଆଜି କଳିଙ୍ଗନଗର ଜେସିଡିଏଲ କାର୍ଯ୍ୟାଳୟ ଠାରେ ସିଏସଆର(ପାରିପାର୍ଶ୍ବିକ ଉନ୍ନୟନ କମିଟି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସଷ୍ଟିଲ, ଏନ୍ ଆଇ ଏନ୍ ଏଲ,ଭିସା ଷ୍ଟିଲ, ବିଆରପିଏଲ, ରୋହିତ ଫେରୋଟେକ୍, ମିଶ୍ରିଲାଲ, ମୈଥାନ ଇସ୍ପାତ, ୟାଜଦାନି କାରଖାନା ସମେତ ଶିଳ୍ପାଞ୍ଚଳ ର ସମସ୍ତ କାରଖାନା ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ,ଡୁବୁରୀ-ଦାନଗଦୀ ରାସ୍ତା ହେବ ଟ୍ରାଫିକ୍ ମୁକ୍ତ ଅଗ୍ରାଧିକାର ଭିତ୍ତିରେ ସୁକିନ୍ଦା-ଦାନଗଦୀ ବ୍ଲକର ଶିକ୍ଷିତ ଏବଂ ଯୋଗ୍ୟ ଯୁବକ-ଯୁବତୀଙ୍କୁ ଯାଜପୁର ଜିଲ୍ଲା କଳିଙ୍ଗ ନଗରର ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ମିଳିବ। ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଶାସନ ଓ ଶିଳ୍ପ ସମୂହର ନିଷ୍ପତ୍ତି ଆଧାରରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। କଳିଙ୍ଗ ନଗର ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନିମନ୍ତେ ସ୍ପେଷାଲ୍ କରିଡର୍ ନିର୍ମାଣ ହେବ। ବିଆରପିଏଲ୍ ଏବଂ ଏନଆଇଏନଏଲ୍ କାରଖାନା ଆଗରୁ ବେଆଇନ ପାର୍କିଂ ହଟାଯିବ। ଫଳରେ ଡୁବୁରୀ ଛକ ଠାରୁ ଦାନଗଦୀ ବ୍ଲକ ଅଫିସ ଦେଇ ଲୋକମାନେ ସୁବିଧାରେ ଯା’ଆସ କରିପାରିବେ।
ଶିଳ୍ପାନୁଷ୍ଠାନକୁ ସ୍ୱାଗତ କରିଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳବାସୀଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ ନେବାର ଆବଶ୍ୟକତା ରହିଛି। ସେଥିପାଇଁ ସୁକିନ୍ଦା ଏବଂ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୯ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଗୁଣାତ୍ମକ ଚିକିତ୍ସା ପ୍ରଦାନ ପାଇଁ ଶିଳ୍ପାନୁଷ୍ଠାନ ଗୁଡିକ ସହଭାଗୀ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କଳିଙ୍ଗ ନଗରରେ ୨୦୦ବେଡର ହସ୍ପିଟାଲ ନିର୍ମାଣ ହେବ। ଶିଳ୍ପାନୁଷ୍ଠାନ ଗୁଡିକର ସହାୟତାରେ ସେହି ମେଡିକାଲ ପ୍ରତିଷ୍ଠା କରାଯିବ। ସେହିଭଳି ସୁକିନ୍ଦା ଓ ଦାନଗଦୀର ସମସ୍ତ ବିଦ୍ୟାଳୟରେ ପାର୍କ ନିର୍ମାଣ କରାଯିବ। ପବିବେଶର ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ କଂପାନୀକୁ ବୃକ୍ଷରୋପଣ କରିବାକୁ କୁହାଯାଇଛି।
ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ଲିମିଟେଡ୍(ଜେସିଡିଏଲ୍) କନଫରେନସ୍ ହଲରେ ଆୟୋଜିତ ବୈଠକରେ କଳିଙ୍ଗ ନଗର ଏଡିଏମ ସନ୍ତୋଷ କୁମାର ମିଶ୍ର,ଅତିରିକ୍ତ ଏସପି ଏସ ଟପୋ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଂଜନ ବରାଳ, ଦାନଗଦି ବ୍ଲକ ଅଧ୍ୟକ୍ଷ ଓ ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ଦାନଗଦି ତହସିଲଦାର ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ , ଜେସିଡିଏଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Leave A Reply