Odisha news

ଟମକା ରେ ମା’ ତାରିଣୀ ଟିପର ଓ ଟ୍ରକ ମାଲିକ ସଂଘ ଶାଖା ର ବୈଠକ 

0
ଦାନଗଦି ,୧୩/୮  :  ରବିବାର ଟମକା ଠାରେ  ମା’ ତାରିଣୀ ଟିପର ଓ ଟ୍ରକ ମାଲିକ ସଂଘ ଯାଜପୁର ଶାଖା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର ଉପଦେଷ୍ଟା ବିନୋଦବିହାରୀ ବେହେରା ଙ୍କ ସଭାପତିତ୍ବରେ ୪ ଶହ ରୁ ଅଧିକ ଗାଡି ମାଲିକ ଏହି ଅବସରରେ ଉପସ୍ଥିତ ରହି ସଂଗଠନ ର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ l
କିଛିଦିନ ତଳେ ଦୈତାରୀ ଲୌହ ଖଣି ଠାରୁ ଆରତୀ ଷ୍ଟିଲ ପ୍ଳାଣ୍ଟ କୁ ଖଣିଜ ପରିବହନ ପାଇଁ ହୋଇଥିବା ଏକ ନିଷ୍ପତ୍ତି କୁ କିଛି ଗାଡି ମାଲିକ ପ୍ରତିବାଦ କରୁଥିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା l ୬ ଚକିଆ ଟିପର ପରିବହନ ଦ୍ଵାରା ଆରତୀ କାରଖାନା କୁ ଅଧିକ କ୍ଷତି ସହିବାକୁ ପଡୁଥିବାରୁ ତାର ଖଣିଜ ରେଳ ଦ୍ଵାରା ପରିବହନ କରାଯିବାକୁ ନିଷ୍ପତ୍ତି ହୋଇଥିଲା l ବଡ ଗାଡି ଦ୍ଵାରା ପରିବହନ କରାଗଲେ ଶିଳ୍ପ ସଂସ୍ଥା ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ଖଣି ନିଗମ ପ୍ରସ୍ଥାବ ଦେଇଥିଲେ l ପରବର୍ତ୍ତୀ ସମୟରେ ମଲିକ ସଂଘ ତରଫରୁ ଏକ ବୈଠକ ବସି କାରଖାନା ର ଆବଶ୍ୟକ ଖଣିଜ ମଧ୍ୟରୁ ୭୦ ପ୍ରତିଶତ ଖଣିଜ ପୂର୍ବ ପରି ୬ ଚକିଆ ଟିପର ଦ୍ଵାରା ପରିବହନ କରାଯିବ ଏବଂ ଅନ୍ୟ ୩୦ ପ୍ରତିଶତ ଲୌହ ଖଣିଜ ବଡ ଗାଡି ଦ୍ଵାରା କରାଯିବାକୁ ସର୍ବସମ୍ମତ ନିଷ୍ପତ୍ତି କରାଯାଇଥିଲା l ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ନେଇ ହୀନ ରାଜନୀତି କରାଯାଉଥିବା ଶ୍ରୀ ବେହେରା କହିଥିଲେ l ଦୈତାରୀ ଲୌହ ଖଣି ର ଉତ୍ପାଦନ କ୍ଷମତା ପୂର୍ବରୁ ବାର୍ଷିକ ୩ ନିୟୁତ ଟନ ରହିଥିବା ବେଳେ ଏବେ ତାହା ୬ ନିୟୁତ ଟନ କୁ ବୃଦ୍ଧି ପାଇଛି l ଯାହା ଫଳରେ ଆଗାମୀ ଦିନରେ ଗାଡି ମାଲିକ ମାନେ ଅଧିକ ପରିମାଣରେ ପରିବହନ କରିବାକୁ ସୁଯୋଗ ପାଇବେ l ଏଥି ସହିତ ସଂଘ ର ନୂତନ ପରିଚାଳନା କର୍ତ୍ତୃପକ୍ଷ ମଲିକ ଙ୍କ ସ୍ୱାର୍ଥ ହାନୀ ହେବା ପରି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ମଧ୍ଯ ସେ କହିଥିଲେ l ହୀନ ଉଦ୍ଦେଶ୍ୟ ରଖି ସଂଘରେ ଫାଟ ସୃଷ୍ଟି ଉଦ୍ୟମ କରାଯାଉଥିବା ରୁ ସତ୍ୟାସତ୍ୟ ଅନୁସନ୍ଧାନ କରି ସଂଘ ର ଏକତା ବଜାୟ ରଖିବାକୁ ସେ ଆହ୍ଵାନ ଦେଇଥିଲେ l ସଂଗଠନ ପ୍ରତିଷ୍ଠା କରିଥିବା ପ୍ରତିଷ୍ଠାତା ସଭ୍ୟ ମାନେ ସମସ୍ତ ନିଷ୍ପତ୍ତି ସମ୍ପର୍କରେ ଜାଣିଥିବା ଏବଂ ଆବଶ୍ୟକ ପରାମର୍ଶ ଦେଉଥିବା ଉପସଭାପତି ବିଷ୍ଣୁ ଚରଣ ନାୟକ କହିଥିଲେ l ତେଣୁ ଶୃଙ୍ଖଳା ବଜାୟ ରଖି ପରିବହନ କରିବା ପାଇଁ ସେ କହିଥିଲେ l ସେହିପରି ସଂଘ ର ପ୍ରତିଷ୍ଠାତା ସଭ୍ୟ ବିନୋଦ ଶର୍ମା, ରବିନ୍ଦ୍ର ଜେନା, ପ୍ରଦ୍ୟୁମ୍ନ ବାରିକ, ଲକ୍ଷ୍ମୀଧର ବେହେରା, ଯୁବ ଗାଡି ମାଲିକ ସୁରେଶ ମହାନ୍ତ, ଜ୍ୟୋତି ପ୍ରକାଶ ସାହୁ, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୂଖ ସଂଘ ର ଏବର ପରିବହନ ପରିଚାଳନା ଓ ବିକାଶ ମୂଳକ କାମକୁ ପ୍ରଶଂସା କରିବା ସହିତ କାହା ପ୍ରଲୋଭନ ରେ ପ୍ରଭାବିତ ନହୋଇ ସଂଗଠନ ର ଏକତା ରଖିବାକୁ କହିଥିଲେ । ଶେଷରେ ଦ୍ୱାରିକା ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
Leave A Reply