Odisha news

ବଜ୍ରପାତ ରେ ଯୁବକଙ୍କ ମୃତ୍ୟୁ

0

ଦାନଗଦି, ତା ୧୩/୮  : ଦାନଗଦି ଫାଣ୍ଡି ଅନ୍ତର୍ଗତ ସିଙ୍ଗାଗଡିଆ ଗ୍ରାମରେ ଆଜି ଅପରାହ୍ନରେ ହଟାତ ବଜ୍ରପାତ ଘଟିବାରୁ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକ ଜଣଙ୍କ ହେଲେ କଟକ ନିଆଳି ଅଞ୍ଚଳ ର ଅଙ୍ଗଦ ମହାନ୍ତି (୪୦) । ସେ କିଛି ଦିନ ହେବ ସିଙ୍ଗାଡିଆ ଗାଁ ରେ ଘର କରି ରହି  ଓଲଡୋର ଭାବେ ନିକଟସ୍ଥ କାରଖାନା ରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଆଜି ଡ୍ୟୁଟି ନ ଥିବାରୁ ସେ ଗ୍ରାମରେ ଜଣଙ୍କର ଓଲଡିଙ୍ଗି କାମ କରିବାକୁ ଯାଉଥିବା ବେଳେ ବର୍ଜଘାତ ରେ ଟଳି ପଡ଼ିଥିଲେ । ଖବର ପାଇ ଦାନଗଦି ଫାଣ୍ଡି ପୁଲିସ ଦାନଗଦି ଡ଼ାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ରଖିଛି।

Leave A Reply