ଡାଲମିଆ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ରୌପ୍ୟ ଜୟନ୍ତୀ ପାଳନ : ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ
ସମ୍ପ୍ରତି ଡିଆଇଟିଆଇ ୪୬୮ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରୁଛି ଯେଉଁମାନଙ୍କ ମଧ୍ୟରେ ୪୩ ଜଣ ଛାତ୍ରୀ ରହିଛନ୍ତି ଏବଂ ଏହା ଫିଟର, ଇଲେକ୍ଟ୍ରିସିଆନ, ମେସିନିଷ୍ଟ, ୱେଲଡର, କୋମ୍ପୁଟର ଅପରେଟର ଆଣ୍ଡ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ଆଦି ପାଞ୍ଚଟି ବିଭିନ୍ନ ବିଭାଗରେ ସିଟିଏସ୍ ଅଧୀନରେ ଆଇଟିଆଇ ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଦାନ କରୁଛି । ୨୦୧୪ରୁ ୨୦୨୦ ମଧ୍ୟରେ ଏହି ପ୍ରତିଷ୍ଠାନ ୧୬୫୧ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛି, ଯେଉଁମାନଙ୍କ ମଧ୍ୟରୁ ୧୦୧୮ ଜଣ ସମ୍ପ୍ରତି ଡିସିବିଏଲ୍ ସିମେଣ୍ଟ (ରାଜଗାଙ୍ଗପୁର), ଡିସିବିଏଲ ରିଫ୍ରାକ୍ଟରି (ରାଜଗାଙ୍ଗପୁର), ଏଲଆଣ୍ଡଟି (କଟକ) ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ନିଯୁକ୍ତି ପାଇସାରିଛନ୍ତି । ମୋଟ ଉପରେ ୮୩ ଜଣ ଛାତ୍ରଛାତ୍ରୀ ଡିସିବିଏଲ୍ର ସିଏସ୍ଆର ପ୍ରାୟୋଜକତା ସହାୟତାରେ ୨୦୧୪ରୁ ୨୦୨୧ ମଧ୍ୟରେ ତାଲିମ ନେଇସାରିଛନ୍ତି ।