Odisha news

ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା : ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମହାଲିଙ୍ଗ

0
ଭୁବନେଶ୍ୱର (Suvendra Pattanaik) :-  ରେଡ ଜୋନର ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, ଯାଜପୁର ଓ କଟକରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ମାର୍ଗଦର୍ଶନ ଏବଂ  ବିଭିନ୍ନ ଟେଲେକମ ପ୍ରଦାନକାରୀ ସଂସ୍ଥା ଯଥା ବିଏସଏନଲ, ଜିଓ, ଏୟାରଟେଲ ଓ ଭୋଡାଫୋନର ସମୁଚିତ ସହଯୋଗରେ ଆଜି ସକାଳ ୮ ଘଟିକା ଠାରୁ ଇଣ୍ଟ୍ରା ସର୍କଲ୍ ରୋମିଂ କାର୍ଯ୍ୟକାରୀ କରାଯାଇଛି ବୋଲି ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି | ଏହା ଦ୍ୱାରା ଗୋଟିଏ ଟେଲିକମ କମ୍ପାନୀର  ଗ୍ରାହକ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କ ବ୍ୟବହାର କରିପାରୁଛନ୍ତି | ଗୋଟିଏ ଟେଲିକମ କମ୍ପାନୀର ନେଟୱାର୍କ ଡାଉନ୍ ହୋଇଗଲେ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କକୁ ଜନସାଧାରଣ ବ୍ୟବହାର କରିପାରୁଛନ୍ତି | ରେଡ ଜୋନର ୭ଟି ଜିଲ୍ଲାର ଜନସାଧାରଣ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇପାରୁଛନ୍ତି | ସବୁ ଟାୱାରରେ ମୁଖ୍ୟତଃ ରେଡ ଜୋନରେ ଥିବା ଜ଼ିଲ୍ଲା ଗୁଡିକରେ  ଡିଜି ସେଟ ପ୍ରସ୍ତୁତ ରଖାଯାଇଛି |  ଟେଲିକମ ପ୍ରଦାନକାରୀ ସଂସ୍ଥା ମଧ୍ୟ ସେଲ ଓନ ହୁଇଲର ବ୍ୟବସ୍ଥା କରିଛନ୍ତି |   କୌଣସି ସ୍ଥାନରେ ଟାୱାର ଖରାପ ହେଲେ ଟେଲିକମ କମ୍ପାନୀ ଗୁଡିକର ବୈଷୟିକ ଦଳ ତାହାର ତୁରନ୍ତ ମରାମତି କରିବା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ କମ୍ପାନୀ ଗୁଡିକର କର୍ମକର୍ତ୍ତାଙ୍କ ସହ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଷଦ ଆଲୋଚନା ପରେ ପ୍ରକାଶ କରିଛନ୍ତି |
Leave A Reply