Odisha news

କଟକର ୫୯ ଟି ୱାର୍ଡର ୪୪୯ଟି ବୁଥରେ ୪ ଲକ୍ଷ ୫୦ ହଜାର ୭୬୯ ଭୋଟରଙ୍କ ମତଦାନ : ମତଦାନ ଜାରି

0

କଟକ: ରାଜ୍ୟରେ ପୌର ନିର୍ବାଚନ ପାଇଁ ଜାରି ରହିଛି ମତଦାନ। କଟକର ୫୯ ଟି ୱାର୍ଡର ୪୪୯ଟି ବୁଥରେ ୪ ଲକ୍ଷ ୫୦ ହଜାର ୭୬୯ ଭୋଟର ମତଦାନ କରୁଛନ୍ତି। ସକାଳ ୮ ଟା ରୁ ସନ୍ଧ୍ୟା ୫ ଟା ଯାଏ ଜାରି ରହିବ ମତଦାନ। ତେବେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଲାଲବାଗ ହାଇସ୍କୁଲର ୮୪ ନମ୍ବର ବୁଥ , କଂଗ୍ରେସ ମେୟର ପ୍ରାର୍ଥି ଗିରିବାଳା ବେହେରା ସିଡିଏ ସେକ୍ଟର-୬ ବୁଥ ୩୧, ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ ମାନସିଂହ ପାଟଣା ବୁଥ ୬୨ରେ ଭୋଟ ଦେଇଛନ୍ତି। ସେହିପରି ଉର୍ଦୁ ଟ୍ରେନିଂ ସ୍କୁଲ ବୁଥ ୯୧ରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ମତଦାନ କରିଛନ୍ତି।

ଏଣେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ରାଜବଗିଚା ହାଇସ୍କୁଲ ବୁଥ ୨୨୨ରେ ଭୋଟ ଦେଇଛନ୍ତି। ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ବିଜେପି ନେତା ନୟନ ମହାନ୍ତି ମହାନଦୀ ବିହାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ୩୪୮ ରେ ମତଦାନ କରିଛନ୍ତି।  ପୂର୍ବାହ୍ନ ୧୦ଟା ୩୦ ସମୟ ସୁଦ୍ଧା ୧୨ ପ୍ରତିଶତ ପୁଲିଂ ହୋଇଥିବା ସୂଚନା ରହିଛି।

ଏଣେ ୫୩ ନମ୍ବର ବୁଥ ସାମ୍ନାରେ ଟଙ୍କା ବଣ୍ଟାଯିବା ଅଭିଯୋଗ ହୋଇଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ଲୋକକୁ କିଛି ଲୋକ ମାଡ଼ ବି ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ଜଣଙ୍କୁ ଉଠାଇ ନେଇଥିଲା । ଏହାସହ ୫୩ ନମ୍ବର ୱାର୍ଡରେ ଭୋଟର ଭୋଟ ନ ଦେଇ ଅନ୍ୟ କେହି ଭୋଟ ଦେବାର ଅଭିଯୋଗ ହୋଇଛି।

Leave A Reply