Odisha news

ସମାଜସେବୀଙ୍କ ପିତୃ ବିୟୋଗରେ ବିଭିନ୍ନ ସଂଗଠନ ପକ୍ଷରୁ ଶୋକ

0

ରାଜେଶ କୁମାର ଲେଙ୍କା (କଟକ): – ରାଜ୍ୟର ଅଗ୍ରଣୀ ବିଭିନ୍ନ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ’ ଓଡ଼ିଶା(ବିସିଟି),ସରସ୍ବତୀ କଳା ପରିଷଦ’ ଓ ‘ଉତ୍କଳ ବିକାଶ ପରିଷଦ’ ପକ୍ଷରୁ ଯୁବସମାଜସେବୀ ତଥା ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ସହସମ୍ପାଦକ ସାହିତ୍ୟିକ ସୁରଜ ବେହେରାଙ୍କ ପିତା ସ୍ବର୍ଗତ ଗଙ୍ଗାଧର ବେହେରା(୫୬)ଙ୍କ ଏକାଦଶାହରେ କରୋନା ନିୟମ ପାଳନ ପୁର୍ବକ ତାଙ୍କ ଜନ୍ମସ୍ଥାନ କଟକ ସଦର ଉପକଣ୍ଠ ବରାଳ,୪୨ ମୌଜାରେ ସମୂହ ଶୋକ ପାଳିନ କରାଯାଇଛି !

ତ୍ରୟ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଅଶୋକ କୁମର ପଟ୍ଟନାୟକ,ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମର ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ,ଶ୍ରମିକନେତା ଚକ୍ରବର୍ତ୍ତୀ ଓତା,କୃଷକନେତା ଦେବୀ ପ୍ରସାଦ ପତି,ରସାନନ୍ଦ ବେହେରା,ବାବୁଲି ପାତ୍ର,ସନ୍ତୋଷ ମହାନ୍ତି,ମିଡ଼ିଆସେଲ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ ତଥା ସ୍ଥାନୀୟ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି ସ୍ବର୍ଗତ ଗଙ୍ଗାଧରଙ୍କ ସ୍ମୃତି ଚାରଣ କରିବାସହ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ତାଙ୍କ ସୁପୁତ୍ର କୃତିଶିକ୍ଷକ ସୁରଜ ବେହେରା ବିଭିନ୍ନ ସେବାକାର୍ଯ୍ୟ ମାଧ୍ୟମରେ ସମାଜସେଵା ଦିଗରେ ନିଜର ସାଧନା ଜାରିରଖି ଉଦାହରଣ ପାଲଟିଛନ୍ତି ବୋଲି ବକ୍ତାମାନେ ମତପୋଷଣ କରିଛନ୍ତି ଏବଂ ଈଶ୍ୱର ତାଙ୍କୁ ସଦା ସହାୟ ହୁଅନ୍ତୁ ପୂର୍ବପରି ସୁରଜ ଦୃଢ ମନୋବଳ ସହ କାର୍ତ୍ତବ୍ୟ କରିସଫଳ ହୁଅନ୍ତୁବୋଲି  ଗୁରୁଜନ ଵର୍ଗ ପ୍ରେରଣା ପ୍ରଦାନ କରିଛନ୍ତି  ! ପରିଶେଷରେ ଅମର ଆତ୍ମାର ସଦଗତି ପାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାମ୍ପନ କରାଯାଇଛି !

Nalco
Leave A Reply