Odisha news

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେସଡ଼କ ସୁରକ୍ଷା ମାସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସଡକ ଦୁର୍ଘଟଣା କମାଇବା ସହିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ସଂପର୍କରେ  ଆଲୋଚନା ବ୍ୟାପକ ସଚେତନତା, ଚଢଉ, ସଡ଼କ ଇଂନିୟରିଂ ଯାଞ୍ଚ ଏବଂ ଦୁର୍ଘଟଣା ଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଉପରେ ଗୁରୁତ୍ୱ

0
ଭୁବନେଶ୍ୱର(Suvendra Pattanaik) : ନୂଆ ବର୍ଷ,୨୦୨୫ଜାନୁଆରୀ୧ରୁ୩୧ତାରିଖ ପର୍ୟ୍ୟନ୍ତ ମାସେ ବ୍ୟାପୀ ସଡ଼କ ସୁରକ୍ଷା ମାସ  ପାଳନ କରାଯିବା ପରିପ୍ରେକ୍ଷୀରେ ଗତକାଲି ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଏ ବର୍ଷ ସଚେତନତା ଓ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ୟ୍ୟକ୍ରମକୁ ବ୍ୟାପକ କରିବାକୁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜ ପଥ ମନ୍ତ୍ରାଳୟ  ସବୁ ରାଜ୍ୟ ସରକାରଙ୍କୁ  ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ସଡ଼କସୁରକ୍ଷା ମାସ ପାଳନ କରାଯିବା ନିମନ୍ତେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି । ଅନୁଷ୍ଠିତ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିବା ବେଳେ ଲୋକସେବା ଭବନରେ ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆଙ୍କ ସମେତ ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ , ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ପରିବହନ କମିଶନରତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଶ୍ରୀ ଅମିତାଭ ଠାକୁରଙ୍କ ସମେତ ପରିବହନ ବିଭାଗର ଅନ୍ୟ ପଦାଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ , ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସଡକ ଦୁର୍ଘଟଣା କମାଇବା ସହିତ ଏବଂ ସଡକ ଦୁର୍ଘଟଣା ଜନିତ  ମୃତ୍ୟୁ ସଂଖ୍ୟାକୁ  ହ୍ରାସ କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।
ଦେଖାଯାଇଛି ଯେ, ଗତ୧୦ବର୍ଷରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୪୭,୦୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ପ୍ରତିବର୍ଷ ପାଖାପାଖି ୫ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଛି । ପୃଥିବୀରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉ ଥିବା ସଂଖ୍ୟା ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟରେ ମୃତ୍ୟୁ ସଂଖ୍ୟାଠାରୁ ଅଧିକ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି ।  ଦୃତ ବେଗରେ ଗାଡ଼ି ଚଳାଇବା, ମାଦକଦ୍ରବ୍ୟସେବନ, ଭୁଲରାସ୍ତାରେଏବଂ ଟ୍ରାଫିକ ଟ୍ରାଫିକ୍ନିୟମନମାନି ଗାଡ଼ି ଚଳାଇବା ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ।
ରାଜ୍ୟ ସରକାରଙ୍କ ତରଫରୁ ବର୍ଷ ସାରା ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏହି ମାସରେ ସଚେତନତା କାର୍ୟ୍ୟକୁ ବ୍ୟାପକ କରାଯିବାକୁ ଆଲୋଚନା କରାଯାଇଛି । ‘ସଡ଼କ ସୁରକ୍ଷା, ପରିବାର ରକ୍ଷା’, ‘ସୁରକ୍ଷିତ ଭାବେ ଘରକୁ ଫେରିବା’ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ପାଳନର ପ୍ରମୁଖ ଅଭିଯାନ ହେବ ।  ସଡ଼କ ସୁରକ୍ଷା ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମସ୍ତ ଅଂଶୀଦାରମାନେ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେବା ଉଦ୍ଦେଶ୍ୟ ରହିଛି।ଏଥିପାଇଁ ସମସ୍ତ ଆଂଚଳିକ ପରିବହନ ଅଧିକାରୀ ମାନଙ୍କୁ ସଡ଼କ ସୁରକ୍ଷା ସପ୍ତାହ ପାଳନପାଇଁ ପାଣ୍ଠି ଦିଆ ଯାଇଛି ।ଜିଲ୍ଲା ସଡ଼କସୁରକ୍ଷା ସମିତି ସହାୟତାରେ ସବୁ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ରଥ ପରିକ୍ରମା କରିବ।ସେଥିରେ ଏଲଇଡି ବା ଟିଭି ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା ସଂପର୍କିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ସଡ଼କ ସୁରକ୍ଷା ସଂପର୍କିତ ସ୍ଲୋଗାନ, ପେଣ୍ଟିଂ, କୁଇଜ୍  ଆଦି  ପ୍ରତିଯୋଗିତା ଯଥା ଇତ୍ୟାଦି ଅନୁଷ୍ଠିତ ହେବ ।ବିଭିନ୍ନ ପିକନିକ୍ , ପର୍ୟ୍ୟଟନ ସ୍ଥଳ ଓ ଦର୍ଶନୀୟ ସ୍ଥାନରେ ସଡ଼କ ସୁରକ୍ଷା ବାର୍ତ୍ତା ଦର୍ଶାଉଥିବା ବ୍ୟାନର ଲଗାଯିବା ସହ ପ୍ରଚାର ପତ୍ର ବଣ୍ଟାଯିବ।
ଅନ୍ୟ ପକ୍ଷରେ ସଡ଼କ ସୁରକ୍ଷା ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ହେବ।ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ପୁଲିସ ବିଭାଗ ସହଯୋଗରେ  ମିଳିତ ଭାବେ ସ୍ୱତନ୍ତ୍ର ଅଭିଯାନରେ ଚଢ଼ଉ କରାଯିବ।ସମ୍ବେଦନଶୀଳ  ସ୍ଥାନରେ ତଥା ଆବଶ୍ୟକ ରହୁଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ସଡ଼କ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ।ବେଆଇନ ଭାବେ ରାଜପଥରେ ପାର୍କିଂ କରିଥିବା ଗାଡିକୁ ତୁରନ୍ତ ହଟାଯିବ।ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଗାଡ଼ି ଚାଳକ ମାନଙ୍କୁ ଛାତ୍ର ଟ୍ରାଫିକ୍ ସ୍ୱେଚ୍ଛାସେବୀ(ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିୟର ) ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ପରାମର୍ଶ ଦିଆଯିବ। ବିଶେଷ କରି ପିକ୍ନିକ୍ ସ୍ଥାନରେ ଓ  ଦର୍ଶନୀୟ ସ୍ଥଳରେ ଏନ୍ଫୋର୍ସମେଣ୍ଟ ଦଳ ମୁତୟନ ରହିବେ।ଗୁରୁତ୍ୱପୂର୍ଣ୍ଣ ପିକ୍ନିକ୍ ସ୍ପଟ୍ ଗୁଡିକରେ ପ୍ରବେଶ ଓ ପ୍ରସ୍ଥାନ ପଥରେମଦୁଆ ଡ୍ରାଇଭର ମାନଙ୍କ ପ୍ରତି ନଜର ରଖିବାପାଇଁ ପୁଲିସ ମୁତୟନ ରହିବେ।
ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ଜିଲ୍ଲାର ସଡ଼କ ଦୁର୍ଘଟଣା ସ୍ଥିତି, କାରଣ ଓ ସେଥିପାଇଁ ନିଆଯାଉଥିବା ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ। ବିଭିନ୍ନ ପଦକ୍ଷେପ ନିଆଯାଇ ବିଭିନ୍ନ ଜିଲ୍ଲାରେ ସଡକ ଦୁର୍ଘଟଣାକୁ କମାଇବା, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ କରିବା,କମ୍ ବୟସ ପିଲା ମାନଙ୍କୁ ଡ୍ରାଇଭିଂରୁ ନିବୃତ୍ତ କରାଇବା, ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବା, ସଡ଼କ ନିୟମ ନମାନି ଗାଡି ଚଳାଇବା ଯୋଗୁଁ କିପରି ଜୀବନ ହାନି ଘଟି ସମାଜର କ୍ଷତି ଘଟିବା  ସଙ୍ଗେ ସଙ୍ଗେ ପରିବାର ପାଇଁ ଦୁଃଖର କାରଣ ହେଉଛି, ସେଥିପାଇଁ ଭାରତ ସରକାରଙ୍କ ତରଫରୁ ରହିଥିବା ସଡ଼କ ସୁରକ୍ଷା ଅଭିଯାନ “ପର୍ବାହ” ଭାବପ୍ରବଣ ଅଭିଯାନ ମାଧ୍ୟମରେ ସଚେତନତାକୁ ବ୍ୟାପକ କରିବାକୁ ଗୁରୁତ୍ୱ ଦିଆଯାଇଛି।
ଅନେକ ସ୍ଥଳରେ ସଡ଼କ ନିର୍ମାଣରେ  ତୃଟି ପରିଲକ୍ଷିତ ଯୋଗୁଁ ଦୁର୍ଘଟଣା ଘଟୁ ଥିବାରୁ ସଂପୃକ୍ତ ସଡକ କର୍ତ୍ତୃ ପକ୍ଷଙ୍କୁ ସେହି ତୃଟିକୁ ତୁରନ୍ତ ଠିକ୍ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ଦୁର୍ଘଟଣା ହେଉଥିବା ସ୍ଥାନ  (ବ୍ଲାକସ୍ପଟ) କୁ ଚିହ୍ନଟ କରି ଏହାର ପ୍ରତିକାର କରିବା ଓ ସଚେତନତା ବଢ଼ାଇବା, ସଡ଼କ ଦୁର୍ଘଟଣା ସଂପର୍କରେ ଡିଜିଟାଲପ୍ରଚାରମାଧ୍ୟମରେସଚେତନତା,ସଡ଼କ ସୁରକ୍ଷା ପାଇଁ ଏନସିସି, ସ୍ୱେଚ୍ଛାସେବୀ ଇତ୍ୟାଦିଛାତ୍ରଛାତ୍ରୀଙ୍କୁସାମିଲ କରିବା ଉପରେ ମୁଖ୍ୟଶାସନସଚିବଗୁରୁତ୍ୱନେଇଛନ୍ତି।ବାଣିଜ୍ୟଓପରିବହନପ୍ରମୁଖଶାସନସଚିବଶ୍ରୀମତୀଉଷାପାଢ଼ୀସଡ଼କସୁରକ୍ଷାସଂପର୍କରେସଚେତନତା, ସଡ଼କଇଜିନିୟରିଂ, ଚଢ଼ଉ ଓ ଦୁର୍ଘଟଣା କରିବା ସମୟରେ ଦୁର୍ଘଟଣା ଗ୍ରସ୍ତଙ୍କ ପ୍ରତି ତୁରନ୍ତ ଧ୍ୟାନ ଦିଆଯାଇଆବଶ୍ୟକ ଚିକିତ୍ସା ଓ ସହାୟତା ଉପରେ ଗୁରୁତ୍ୱ ଦେଇଥିଲେ।ମୁଖ୍ୟ ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଭୋଜନାଳୟ ବା ଢାବା ନିକଟରେ ଚାଳକଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର,ରକ୍ତଦାନ ଶିବିରର ଆୟୋଜନ, ଦୁର୍ଘଟଣା ପରିପ୍ରେକ୍ଷୀରେ ତୁରନ୍ତ ସାହାଯ୍ୟ କରୁଥିବା ‘ରକ୍ଷକ’ମାନଙ୍କ ଦ୍ୱାରା ସଚେତନତା ଅଭିଯାନ,ସହରାଂଚଳ ସମେତ ଗ୍ରାମାଞ୍ଚଳରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଉପରେବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
Leave A Reply