Odisha news

୨ୟ ଟେଷ୍ଟ : ମହମ୍ମଦ ସିରାଜଙ୍କ ଘାତକ ବୋଲିଂ, ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ୍

0

କେପଟାଉନ୍ : ସେଞ୍ଚୁରିଅନ ଟେଷ୍ଟରେ ପରାଜୟ ବରଣ କରିଥିହବା ଭାରତୀୟ ଦଳ କେପଟାଉନ ଟେଷ୍ଟରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି । ଟେଷ୍ଟର ପ୍ରଥମ ଦିନର ଅଳ୍ପ କିଛି ଘଣ୍ଟା ମଧ୍ୟରେ ହିଁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଓ ଦଳ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଛି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମହମ୍ମଦ ସିରାଜ ଦକ୍ଷିଣ ଆଫ୍ରିକା ଟିମର ପ୍ରଥମ ୩ ବ୍ୟାଟ୍ସମ୍ୟାନ ଆଇଡେନ ମାର୍କରାମ, ଡିନ ଏଲଗାର ଓ ଟୋନି ଡି ଜୋର୍ଜିଙ୍କ ଓ୍ବିକେଟ ନେଇ ଆତଙ୍କ ଖେଳାଇଦେଇଥିଲେ । ସେହି ସମୟରେ ଦକ୍ଷିଣ ଆଫ୍ରିକାର ସ୍କୋର ମାତ୍ର ୧୧ ରନ ହୋଇଥିଲା । ସେହିପରି ଯଶପ୍ରୀତ ବୁମରା ଜିସାନ ଷ୍ଟଡ୍ସଙ୍କ  ଓ୍ବିକେଟ୍ ନେଇଥିଲେ । ପରବର୍ତ୍ତି ୩ଟି ପୁଣି ଥରେ ସିରାଜ ଦଖଲ କରିଥିଲେ । ଏହିପରଭାବେ ସିରାଜ ମୋଟ ୬ଟି ଓ୍ବିକେଟ ନେଇଥିଲେ । ବୁମରା ଓ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ କେଲି ଭେରିଏନ ସର୍ବାଧିକ ୧୫ ରନ ଓ ଡେଭିଡ ବେଣ୍ଡିଙ୍ଗହାମ ୧୨ରନ କରିଥିଲେ ।

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ଏକ ଇନିଂସ ଓ ୩୨ରନରେ ପରାସ୍ତ କରିଥିଲା ।

Leave A Reply