Odisha news

ଆମେରିକାରେ ଭାରତୀୟ ଟୀକ୍କା କୋବିସିଲ୍ଡିର ଦମଦାର ଫଳାଫଳ : SII ପକ୍ଷରୁ ଦିଆଯାଇଛି ସୂଚନା

ନୂଆଦିଲ୍ଲୀ : ଆମେରିକାରେ ଆଷ୍ଟ୍ରୋଜେନେକାର କରୋନା ଟୀକ୍କାର ତୃତୀୟ ସ୍ତରର ପରୀକ୍ଷଣର ତଥ୍ୟ ସାମ୍ନାକୁ ଆସିଛି ,ଯେଉଁଥିରେ ୭୯ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ହୋଇଥିବାର ଲକ୍ଷ କରାଯାଇଛି l ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସୋମବାର ଦିନ ଟ୍ୱିଟ କରି ଲେଖିଥିଲେ ଯେ “ଆମେରିକାରେ ଆଷ୍ଟ୍ରୋଜେନେକା ଟୀକ୍କାର ତୃତୀୟ ସ୍ତର ତଥ୍ୟ ଦର୍ଶାଇଛି ଯେ ଲକ୍ଷଣ ଯୁକ୍ତ ରୋଗ ବିରୁଦ୍ଧରେ ୭୯ ପ୍ରତିଶତ ପ୍ରଭାବିତ ହୋଇଛି ,ଯେବେକି ଗମ୍ଭୀର ରୋଗ ବିରୁଦ୍ଧରେ ୧୦୦ ପ୍ରତିଶତ ପ୍ରଭାବିତ ହୋଇଛି l “ସୂଚନା ଯୋଗ୍ୟଯେ ଦୁନିଆର ସବୁଠୁ ବଡ଼ ଟୀକ୍କା କମ୍ପାନୀ SII ଭାରତରେ ଏହି ଟୀକ୍କାର ଉତ୍ପାଦନ କରିଛି l

ଆଷ୍ଟ୍ରୋଜେନେକା ନିଜ ୱେବସାଇଡ ଜରିଆରେ ଦର୍ଶାଇଛି ଯେ ଆମେରିକାରେ ତୃତୀୟ ସ୍ତରର ଟୀକ୍କା କାରଣରେ ଭାରତର SII ନିଜର ପ୍ରଭାବ ଦେଖାଇଛି l ଭାରତ ଆଷ୍ଟ୍ରୋଜେନେକାର ଟୀକ୍କା “କୋବିସିଲ୍ଡି”ଓ ଭାରତ ବାୟୋଟେକ ତଥା ICMR ଦ୍ୱାରା ପ୍ରସ୍ତୁତ ହୋଇଥିବା କୋ ଭ୍ୟାକସିନ୍ ର ପ୍ରଶଂସା କରାଯାଇଛି l ଭାରତ ସରକାର ସୋମବାର ଦିନ କୋବିସିଲ୍ଡି ଟୀକ୍କାର ଦୁତୀୟା ଖୁରାକ ନେବା ସମୟ ସଂଶୋଧିତ କରିଛନ୍ତି ଓ ସମସ୍ତ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶକୁ ଏହି ୪ ରୁ ୬ ସପ୍ତାହ ମଧ୍ୟରେ ଦେବା ପରିବର୍ତେ ୪ ରୁ ୮ ସପ୍ତାହ ମଧ୍ୟରେ ଦେବାପାଇଁ କହିଛନ୍ତି l ବର୍ତମାନ ଭାରତର କୋବିସିଲ୍ଡି ଟୀକ୍କା ଗୋଟିଏ ମହତ୍ଵପୁର୍ଣ ଓ ଉଚ ମାନର ଟୀକ୍କା ଭାବରେ ମାନ୍ୟତା ପାଇ ସାରିଛି l

Ad2

Comments are closed.