ବର୍ତମାନ ବିଶ୍ୱରେ ପ୍ରସାର ଲାଭ କରିଛି କୋଭିଡ଼ ର ନୁଆ ଲକ୍ଷଣ l ଆମେରିକା , ଦେନମାର୍କ, ଇସ୍ରାଏଲ ଭଳି ଦେଶରେ ନୁଆ ଭରିଏଣ୍ଟ 𝙱𝙰.2.86 ର ସଂକ୍ରମଣ ସାମ୍ନାକୁ ଆସିଛି l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ କୋଭିଡ଼ ର ସମସ୍ତ ଲକ୍ଷଣ ଗୋଟିଏ ଠାରୁ ଆଉ ଗୋଟିଏ ପୃଥକ ଅଟେ l ତେଣୁ ଏହି ନୁଆ ଭରିଏଣ୍ଟ ବିଷୟରେ ବୁଝିବା ପାଇଁ ଆଉ କିଛି ସମୟ ଲାଗିବ l ଆସନ୍ତୁ ଜାଣିବା ଏକ୍ସପର୍ଟ ନିକଟ ରୁ ନୁଆ ଭରିଏଣ୍ଟ 𝙱𝙰.2.86 ର ଲକ୍ଷଣ ବିଷୟରେ l
* କୋଭିଡ଼ ର ନୁଆ ଭରିଏଣ୍ଟ 𝙱𝙰.2.86 ଲକ୍ଷଣ :-
* ଏହି ନୁଆ ଭରିଏଣ୍ଟ ରେ ସଂକ୍ରମିତ ହେବା ଦ୍ୱାରା ମୁଣ୍ଡ ରେ ଗଭୀର ଯନ୍ତ୍ରଣାପ୍ରଦ ହୋଇଥାଏ l
* ପ୍ରବଳ ଜ୍ୱର , କାଶ ଓ ଥକା ଲାଗିବା ଭଳି ସାଧାରଣ ସମସ୍ୟା ଦେଖା ଯାଇଥାଏ l
* 𝙱𝙰.2.86 ରେ ସଂକ୍ରମିତ ହେବା ଦ୍ୱାରା ଗଳା ରେ ଯନ୍ତ୍ରଣ ହୋଇଥାଏ ଓ ଖାଦ୍ୟ ଖାଇବା ସମ୍ଭବ ହୋଇ ନଥାଏ l
* କୋଭିଡ଼ ର ନୁଆ ଭରିଏଣ୍ଟ ପାଚନ ପ୍ରକ୍ରିୟା କୁ ପ୍ରଭାବିତ କରିଥାଏ l ଖାଦ୍ୟ ହଜମ ହୋଇ ନଥାଏ , ଝାଡା , ବାନ୍ତି ଓ ଡ଼ାଇରୀଆ ସମସ୍ୟା ଦେଖା ଯାଇଥାଏ l
* ପ୍ରଶ୍ୱାସ ପ୍ରକ୍ରିୟା ରେ ଅସୁବିଧା ହୋଇଥାଏ , ମଣିଷ ନିଜର ଅଘ୍ରଣ ଷକ୍ତି ହରାଇ ଥାଏ l
* ଛାତିରେ କଫ ଜମି ରହିଥାଏ ଓ ଭୋକ ଲାଗି ନଥାଏ l
* ଭାରତ ପାଇଁ କେତେ ବିପଦ ପୂର୍ଣ୍ଣ କୋଭିଡ଼ ର ନୂଆ ଭରିଏଣ୍ଟ :-
ବର୍ତମାନ ସୁଧା ଭାରତ ରେ କୋଭିଡ଼ ର ନୂଆ ଭରିଏଣ୍ଟ 𝙱𝙰.2.86 ର କୌଣସି କେଶ ସାମ୍ନା କୁ ଆସିନି l କିନ୍ତୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ସ ରେ ବାହାର ଦେଶ ରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ଦ୍ୱାରା ଆପଣ ମାନେ ମଧ୍ୟ ପ୍ରଭାବିତ ହୋଇ ପାରନ୍ତି l ତେଣୁ ସେଥିପ୍ରତି ସତର୍କ ରହିବା ଜରୁରୀ l
କିପରି ରଖିବେ ନିଜକୁ ସୁରକ୍ଷିତ :-
– ସର୍ବଜନିକ ସ୍ଥାନ କୁ ଯିବାକୁ ଦୂରେଇ ରୁହନ୍ତୁ l
– ଯଦି ବି ଯାଉଛନ୍ତି ମାସ୍କ ଅନିର୍ବାଜ୍ୟ ଅଟେ l
– ବାହାରୁ ଆସିବ ପରେ ହାତ ଗୋଡ଼ ଧୂଅନ୍ତୁ l
– ଘରେ ଛୋଟ ପିଲା , ବୟସ୍କ୍ , ଗର୍ଭବତୀ ଙ୍କ ର ବିଶେଷ ଧ୍ୟାନ ରଖିବା ଜରୁରୀ l
– ଏହି ନୂଆ ଭରିଏଣ୍ଟ ରୁ ରକ୍ଷା ପାଇବା ପାଇଁ ନିଜର ଇମ୍ୟୁନିଟି ବଢ଼ାନ୍ତୁ l