ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଗୋଟିଏ କୋର୍ଟ ପରିସରରେ ଲଗାତାର ୨୦୦ କାଉଙ୍କର ମୃତ୍ୟୁ ଖବର ଚିନ୍ତାର କାରଣ ହୋଇଥିଲା l ଏତେ ଗୁଡିଏ କାଉ ମରିଯାଇଥିବାରୁ ସେଠି ମଧ୍ୟରୁ ମାତ୍ର ୪ ଟି କାଉଙ୍କର ସାମ୍ପୁଲ ଟେଷ୍ଟ ପାଇଁ ଗଲା ଏବଂ ରିପୋର୍ଟ ପଯ୍ଏଟିଭି ଆସିଥିଲା ଯେ କାଉମାନେ ଏବିୟନ ଇନଫ୍ଲୁଏଞ୍ଜା ରୋଗରେ ପୀଡିତ ଥିଲେ l କିଛି ଦିନ ହେଲାଣି କାଉ ମାନଙ୍କର ଲଗାତାର ମୃତ୍ୟୁ ହୋଇ ଚାଲିଥିଲା l ବର୍ତ୍ତମାନ ରିପୋର୍ଟ ଆସିଲା ପରେ ରାଜ୍ୟ ପ୍ରଶାସନ ପକ୍ଷରୁ ବାର୍ଡଫ୍ଲୁ ବିଷୟରେ ଅବଗତ କରାଯାଇଛି l ସାମାଜିକ ଗଣମାଧ୍ୟମରେ କିଛି ଦିନ ପୂର୍ବରୁ ଭାରତରେ ବାର୍ଡଫ୍ଲୁ ବ୍ୟାପିବାର ଖବର ଭାଇରାଲ ହୋଇଥିଲା l
ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି ଯେ ସମସ୍ତ ନିୟମକୁ ପାଳନ କରି କୁକୁଡ଼ା ବିକ୍ରି କରିବା ଉପରେ ରୋକ ଲଗାଯାଉ l କରୋନା ମହାମାରୀ ସମୟରେ ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବାର୍ଡଫ୍ଲୁ ସକ୍ରିୟ ହେବ ଚିନ୍ତାର କାରଣ ହୋଇଛି l କିଛି ଦିନ ତଳେ କେରଳରେ ବାର୍ଡଫ୍ଲୁ ଦୂତଗତିରେ ମାଡି ଚାଲିଛି ବୋଲି ଖବର ଆସିଥିଲା ,ବର୍ତ୍ତମାନ ଧୀରେ ଧୀରେ ଅନ୍ୟ ରାଜ୍ୟ ଗୁଡିକୁ ବ୍ୟାପିବାରେ ଲାଗିଛି l ମଧ୍ୟପ୍ରଦେଶ ସରକାର ସମସ୍ତ ଚିକେନ ଦୋକାନ ଓ ଅଣ୍ଡା ଦୋକାନକୁ ବନ୍ଦ କରିବା ପାଇଁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ନିର୍ଦେଶ ଦେଇଛନ୍ତି l କେରଳରେ ମଧ୍ୟ ବାର୍ଡଫ୍ଲୁକୁ ଆଖିଆଗରେ ରଖି ସମସ୍ତ ଚିକେନ ଓ ଅଣ୍ଡା ଦୋକାନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଅ ଯାଇଛି l