Odisha news

ଏଭଳି ଦମ୍ପତ୍ତି ଙ୍କ ସମ୍ପର୍କରେ କଦାପି ଆସି ନଥାଏ ଫାଟ

0

ଯେତେବେଳେ ଆପଣ କାହା ସହିତ ସମ୍ପର୍କ ବାନ୍ଧି ଥାଆନ୍ତି, ଆପଣଙ୍କୁ ସବୁକିଛି ସୁନ୍ଦର ଓ ସୁଖ ଦାୟକ ଲାଗିଥାଏ l କିନ୍ତୁ ଗୋଟିଏ ଏଭଳି ସମୟ ଆସିଥାଏ, ଯେତେବେଳେ ଏହି ପ୍ରେମ ରେ ଫାଟ ଆସିଥାଏ l ସେହି ସମୟରେ ଦୁଇଜଣ ପ୍ରେମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଆପସ ବୁଝାମଣା ନିହାତି ଜରୁରୀ l କିନ୍ତୁ କିଛିଟା କଥା ଏଭଳି ରହିଥାଏ ଯାହାକି ସମ୍ପର୍କ କୁ ନଷ୍ଟ କରିଦେଇଥାଏ l

– ସ୍ୱାମୀ-ସ୍ତ୍ରୀଙ୍କ ଙ୍କ ସମ୍ପର୍କ ଗୋଟିଏ ସୁନ୍ଦର ଓ ପବିତ୍ର ସମ୍ପର୍କ ଅଟେ, କିନ୍ତୁ କିଛିଟା କଥାକୁ ନେଇ ଏହି ସମ୍ପର୍କ ବେଳେବେଳେ ଭାଙ୍ଗିବା ଅବସ୍ଥାକୁ ଚାଲି ଯାଇଥାଏ, ଏଥିପାଇଁ ଉଭୟ ଙ୍କୁ ଧ୍ୟାନ ରଖିବା ଜରୁରୀ l ଉଭୟଙ୍କ ମଧ୍ୟରେ ସର୍ବ ପ୍ରଥମେ ଅଣ୍ଡରଷ୍ଟାଣ୍ଡିଙ୍ଗ ସବୁଠୁ ଜରୁରୀ l

– ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଜୀବନ ରହିଛି, ଆପଣ ଯାହାକୁ ଯେତେ ମଧ୍ୟ ଭଲ ପାଆନ୍ତୁ , କିନ୍ତୁ ତାର ବ୍ୟକ୍ତିଗତ ଜୀବନ ରେ କଦାପି ଦଖଲ ଦେବା ଉଚିତ ନୁହେଁ l ଯଦି ଆପଣ ନିଜ ପାର୍ଟନର କୁ ସ୍ପେସ ଦେବେ ତେବେ ସମ୍ପର୍କ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ l

– ଯଦି ଆପଣ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ନିଜ ପାର୍ଟନର କୁ ପ୍ରତ୍ୟେକ ପରିସ୍ଥିତି ରେ ବୁଝିବା ଜରୁରୀ, ଏହା ଉଭୟ ପୁରୁଷ ଓ ମହିଳା କରିବା ଆବଶ୍ୟକ l ଏବଂ ଉଭୟ ଉଭୟଙ୍କ ବିଚାରକୁ ସମ୍ମାନ ଦେବା ମଧ୍ୟ ଆବଶ୍ୟକ l

– ଯେକୌଣସି ସମ୍ପର୍କ ମଜବୁତ ହେବା ପଛର ସବୁଠୁ ବଡ଼ କାରଣ ହେଉଛି ବିଶ୍ୱାସ, ଏପରି ସ୍ଥିତିରେ ନିଜ ପାର୍ଟନର ସହିତ କମ୍ୟୁନିକେଟ କରିବା ସବୁଠୁ ଜରୁରୀ l ଯେଉଁଠି ବିଶ୍ୱାସ ରହିନଥାଏ ସେଠାରେ ସମ୍ପର୍କ ଦୁର୍ବଳ ହୋଇଯାଇ ଥାଏ l

– ଅନେକ ସମୟରେ ଆମେ କଥାକୁ ବୁଲେଇ ବଙ୍କେଇ କହି ପ୍ରକୃତ କଥାକୁ ଲୁଚାଇ ଥାଉ l ଯାହାକି ସମ୍ପର୍କ ରେ ଭୁଲ ଧାରଣା ଭରିଥାଏ l ତେଣୁ ନିଜ ପାର୍ଟନର ର ବିଶ୍ୱାସ ଭଜନ ହେବା ପାଇଁ ସମସ୍ତ କଥା ଖୋଲାଖୋଲି କହିବା ଆବଶ୍ୟକ l

– ଯେଉଁ ସମ୍ପର୍କ ସ୍ୱାର୍ଥ ପାଇଁ ଠିଆ ହୋଇଥାଏ, ଏଭଳି ସମ୍ପର୍କ କଦାପି ଦୀର୍ଘଦିନ ପର୍ଯ୍ୟନ୍ତ ରହିନଥାଏ l ତେଣୁ ପ୍ରେମ କୁ ସ୍ୱାର୍ଥ ରଖି କରନ୍ତୁ ନାହିଁ, ନିସ୍ଵାର୍ଥପର ଭାବରେ ପ୍ରେମ କରିବା ଜରୁରୀ l ତେବେ ଯାଇ ପ୍ରେମ ଦୀର୍ଘ ସ୍ଥାୟୀ ରହିଥାଏ l

– ସ୍ୱାମୀ ସ୍ତ୍ରୀଙ୍କ ପ୍ରେମରେ କଦାପି ଇର୍ଷା ଭାବନା ରହିବା ଉଚିତ ନୁହେଁ l ଏଭଳି ଭାବନା ରଖୁଥିଲେ ସମ୍ପର୍କ ବେଶୀ ଦିନ ସୁନ୍ଦର ଓ ମଧୁର ହୋଇ ରହିନଥାଏ l

Leave A Reply