Odisha news

କେବେଠୁ ଆରମ୍ଭ ହୋଇଥିଲା କାନ୍ସ ଫିଲ୍ମ ଫେଷ୍ଟିଭାଲ ଓ କଣ ରହିଛି ଏହାର ଇତିହାସ

0

ବର୍ତମାନ ୭୭ ତମ କାନ୍ସ ଫେଷ୍ଟିଭାଲ ର ଜଲବା ବର୍ତମାନ ସାରା ବିଶ୍ୱରେ ଚହଳ ପକାଇଛି l ୧୨ ଦିନ ର ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲ ରେ ବିଶ୍ୱର ନାମିଦାମୀ ଚଳଚିତ୍ର କଳାକାର ମାନେ ଅଂଶ ଗ୍ରହଣ କରିଛନ୍ତି ଏବଂ ଭାରତର ବଲିଉଡ ଚଳଚିତ୍ର ଜଗତର କଳାକାର ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛନ୍ତି l ଯାହାକି ୧୪ ମଇ ରୁ ଆରମ୍ଭ ହୋଇଛି ଏବଂ ୨୫ ମଇ ରେ ସମ୍ପୂର୍ଣ ହେବ l ପ୍ରତ୍ୟେକ ଦିନ ଏହି ଉତ୍ସବ ରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇ ଥାଏ l ଏହି ଉତ୍ସବ ରେ ପ୍ରତିଷ୍ଠିତ କଳାକାର ମାନେ ପ୍ରସିଦ୍ଧ ଡ୍ରେସ ଡିଜାଇନର ମାନଙ୍କର ପୋଷାକ ପରିଧାନ କରି ରେଡ କାର୍ପେଟ ଉପରେ ଚାଲି ଥାଆନ୍ତି l

* ଇତିହାସ ପୃଷ୍ଠାରେ କାନ୍ସ ଫେଷ୍ଟିଭାଲ –
ବର୍ଷ ଥିଲା ୧୯୩୮, ଜର୍ମାନୀ ର ତାନାଶାହା ହିଟଲର ଓ ମୁସଲିନ ବେନୀଶ  ଫିଲ୍ମ ଫେଷ୍ଟିଭାଲ ର ଆରମ୍ଭ କରିଥିଲେ l ଏମାନେ ନିଜ ପସନ୍ଦ ଯୋଗ୍ୟ ବ୍ୟକ୍ତିଙ୍କୁ କେବଳ ପୁରସ୍କୃତ କରୁଥିଲେ l ଯେଉଁ କାରଣରୁ ଏହି କାର୍ଯ୍ୟକ୍ରମ ର ଜୁରୀ ମାନେ କ୍ଷୁବ୍ଧ ହୋଇ ଯାଇଥିଲେ l ଏବଂ ଅସନ୍ତୁଷ୍ଟ ହୋଇ ଜୁରୀ ମାନେ ବେନୀଶ ଫିଲ୍ମ ଫେଷ୍ଟିଭାଲ ରୁ ଇସ୍ତଫା ଦେଇ ଦେଇଥିଲେ ଏବଂ ଗୋଟିଏ ଫ୍ରୀ ଫେଷ୍ଟିଭାଲ ଆରମ୍ଭ କରିଥିଲେ ଯାହାର ଲୋକେସନ ପ୍ୟାରିସ ର କାନ୍ ଠାରେ ରଖାଯାଇ ଥିଲା l

ଦ୍ଵିତୀୟ ବିଶ୍ୱଯୁଦ୍ଧ ସାରିବା ପରେ ପ୍ରଥମ ଥର ପାଇଁ ୨୦ ସେପ୍ଟେମ୍ବର ୧୯୪୬ ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ କାନ୍ସ ଫିଲ୍ମ ଫେଷ୍ଟିଭାଲ ର ଆୟୋଜନ କରାଯାଇ ଥିଲା, ଏଥିରେ ୨୦ ରୁ ଉର୍ଧ୍ଵ ଦେଶ ଅଂଶ ଗ୍ରହଣ କରିଥିଲେ l

କାନ୍ସ ଫିଲ୍ମ ଫେଷ୍ଟିଭାଲ ର ନିୟମ କଣ –
ଏହି ଚଳଚିତ୍ର ମହୋତ୍ସବ ରେ ଦୁନିଆର ପ୍ରସିଦ୍ଧ ଚଳଚିତ୍ର ଓ ଡକ୍ୟୁମେଣ୍ଟାରୀ ଗୁଡିକୁ ସ୍କ୍ରିନିଙ୍ଗ କରାଯାଇ ଥାଏ l ଏହି ସମୟରେ ସବୁଠୁ ଶ୍ରେଷ୍ଠ ଚଳଚିତ୍ର କୁ ପାମ ଡିଓର ପୁରସ୍କାର ରେ ସମ୍ମାନିତ କରାଯାଇ ଥାଏ l ଏହି ପୁରସ୍କାର  ଟି ୧୮ କ୍ୟାରେଟ ସୁନା ଓ ଏମ୍ରାଲଡ଼ କଟ ଡାଇମଣ୍ଡ ରେ ପ୍ରସ୍ତୁତ ହୋଇଥାଏ ଓ ଏହାର ମୂଲ୍ୟ ପାଖାପାଖି ୨୭ ହଜାର ଡଲାର ଅର୍ଥାତ ପାଖାପାଖି ୧୮ ଲକ୍ଷ ଟଙ୍କା l

କାନ୍ସ ର ବିଶେଷ ଆକର୍ଷଣ ରେଡ କାର୍ପେଟ –
କାନ୍ସ ଫିଲ୍ମ ଫେଷ୍ଟିଭାଲ ର ରେଡ କାର୍ପେଟ ୬୦ ମିଟର ଲମ୍ବା ଅଟେ l ଏହି କାର୍ପେଟ ଉପରେ ଦିନସାରା ସେଲିବ୍ରେଟି ମାନେ ୱାକ କରି ନିଜର ଜଲବା ଦେଖା ଥାଆନ୍ତି l ଏହି କାର୍ପେଟ ଉପରେ ଚାଲିବାର ରହିଛି ବିଶେଷ ମହତ୍ୱ l

କାନ୍ସ ଫିଲ୍ମ ଫେଷ୍ଟିଭାଲ ର ଟିକେଟ ମୂଲ୍ୟ –
ଏହି ଚଳଚିତ୍ର ମହୋତ୍ସବ ରେ ଅଂଶ ଗ୍ରହଣ କରିବା ପାଇଁ ୬୧୦୦ ରୁ ନେଇ ୨୫୦୦ ଡଲାର ପର୍ଯ୍ୟନ୍ତ ଅର୍ଥାତ ୫ ଲକ୍ଷରୁ ନେଇ ୨୦ ଲକ୍ଷ ଟଙ୍କା ମୂଲ୍ୟର ଟିକେଟ କିଣିବାକୁ ପଡିଥାଏ l ଏହାର ବୁକିଂ କାନ୍ସ ର ଅଫିସିଆଲ ୱେବ ସାଇଡ ରେ କରିବାକୁ ପଡିଥାଏ l

Nalco

Leave A Reply